www.samajalive.in
Saturday, December 6, 2025
23.1 C
Bhubaneswar

ଆମେରିକାକୁ ଅବଜ୍ଞା; ଭାରତକୁ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଆମେରିକାର ପ୍ରତିବନ୍ଧକ ସତ୍ତେ୍ୱ ଭାରତ ଏସ-୪୦୦ ମିସାଇଲ ସିଷ୍ଟମ କିଣିବା ପାଇଁ ରୁଷ ସହିତ ଚୁକ୍ତି କରିଥିଲା। କିନ୍ତୁ ଆମେରିକାର କଟକଣା ଏଡ଼ାଇ ଇରାନଠାରୁ ତେଲ କିଣିବା ଭାରତ ପାଇଁ ଆଗାମୀ ଦିନରେ କାଠିକର ପ୍ରମାଣିତ ହେବ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ସମଗ୍ର ବିଶ୍ୱକୁ ଇରାନଠାରୁ ତେଲ ନ କିଣିବାକୁ ଚେତାବନୀ ଦେଇଛି। କିନ୍ତୁ ଭାରତ ସମେତ ଆଉ କିଛି ଦେଶ ଏହି ପ୍ରତିବନ୍ଧକ ମାନୁ ନାହାନ୍ତି। ଏସ ୪୦୦ମିସାଇଲ ସିଷ୍ଟମ ଉପରେ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇ ଥିଲା। ତେବେ ପ୍ରଥମେ ଚୀନ ରୁଷ ସହ ଏସ ୪୦୦ମିସାଇଲ ସିଷ୍ଟମ କିଣିବାକୁ ଚୁକ୍ତି ସ୍ୱାକ୍ଷର କରି ଆମେରିକାର ପ୍ରତିବନ୍ଧକକୁ ଅବଜ୍ଞା କରିଥିଲା। ପଡ଼ୋଶୀ ଚୀନର ଏଭଳି ପଦକ୍ଷେପ ପରେ ଭାରତକୁ ମଧ୍ୟ ନିଜ ପ୍ରତିରକ୍ଷାକୁ ସୁଦୃଢ କରିବାକୁ ରୁଷ ସହ ଏସ ୪୦୦ ମିସାଇଲ ସିଷ୍ଟମ କ୍ରୟ କରିବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଉଭୟ ଭାରତ ଓ ଚୀନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ନଭେମ୍ବର ୪ ପରେ ଇରାନଠାରୁ ଯେଉଁ ଦେଶ ତେଲ କିଣିବ ତାକୁ ଆମେରିକାର ପରବର୍ତ୍ତୀ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଭାରତ ଓ ଚୀନ ଉଭୟେ ଇରାନଠାରୁ ତେଲ କିଣୁଥିବାବେଳେ ଟ୍ରମ୍ପ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯେଉଁ ଦେଶମାନେ ଇରାନଠାରୁ ତେଲ ଆମଦାନୀ କରୁଛନ୍ତି ସେମାନେ ନଭେମ୍ବର ୪ ସୁଦ୍ଧା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକାର ଚେତାବନୀ ପରେ ଏବେ ସମଗ୍ର ବିଶ୍ୱରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories