www.samajalive.in
Friday, December 5, 2025
20.1 C
Bhubaneswar

୮୦ କିମି ଯାତ୍ରା କରି ନିଜ ପୁରୁଣା ଘରେ ପହଞ୍ଚିଲା କୁକୁର; ମାଲିକ ବି ଆଶ୍ଚର୍ଯ୍ୟ

ନ୍ୟୁୟର୍କ: କୁହାଯାଏ ଯେ, କୁକୁରମାନେ ବହୁତ ବିଶ୍ୱସ୍ତ ଓ ଭରସାଯୋଗ୍ୟ ହୋଇଥାଆନ୍ତି। ଏହି କାରଣରୁ ଲୋକେ ସବୁ ପଶୁଙ୍କ ଭିତରୁ କୁକୁରଙ୍କୁ ଅଧିକ ବିଶ୍ୱାସ କରନ୍ତି। ବିଶ୍ୱସ୍ତ କୁକୁରର ଏଭଳି ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି ଆମେରିକାର କନ୍‍ସାସ ସହରରୁ। ଯେଉଁଠି ଏକ କୁକୁର ନିଜ ମାଲିକର ପୁରୁଣା ଘରକୁ ଯିବା ପାଇଁ ୮୦ କି.ମି. ବାଟ ଏକୁଟିଆ ଯାତ୍ରା କରିଛି।

ସୂଚନା ଅନୁସାରେ, ଏଠାରେ ଲାବ୍ରାଡୋର ପ୍ରଜାତିର ଏକ କୁକୁର ଗତ ମାସ ହଜିଯାଇଥିଲା। କୁକୁରର ମାଲିକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରାୟ ୨ ବର୍ଷ ପୂର୍ବେ କୁକରର ମାଲିକ ଘର ବଦଳାଇଥିଲେ। ପୂର୍ବରୁ ରହୁଥିବା ସ୍ଥାନରୁ ବହୁତ ଦୂରରେ ଅବସ୍ଥିତ ଓଲେଥ ସହରକୁ ପଳାଇ ଆସିଥିଲେ।

- Advertisement -

ମିଳିଥିବା ଖବର ମୁତାବକ, ସେମାନେ ସେ ଘର ଛାଡ଼ି ସାରିବା ପରେ ସେଠାରେ କଲ୍‍ଟନ୍‍ ମାଇକେଲ ନାମକ ବ୍ୟକ୍ତି ଓ ତାଙ୍କ ପତ୍ନୀ ବ୍ରିଟନୀ ରହୁଥିଲେ। ଦିନେ ସକାଳୁ ବ୍ରିଟନୀ ଦେଖିଲେ, ଘର ବାହାରେ ଏକ କୁକୁର ବସିଛି। ତାକୁ ଦେଖି ବ୍ରିଟନୀ ଆଶ୍ଚର୍ଯ୍ୟ ହୋଇ କଲ୍‍ଟନ୍‍ଙ୍କୁ ଡାକିଲେ। ପରେ କୁକୁର ବେକରେ ବନ୍ଧା ହୋଇଥିବା ପଟିରେ ଲାଗିଥିବା ଚିପ୍‍ ଜରିଆରେ ସେ ଜାଣିବାକୁ ପାଇଲେ ଯେ, କୁକୁରଟି ତାଙ୍କ ପୂର୍ବରୁ ଏହି ଘରେ ରହୁଥିବା ଲୋକଙ୍କର ବୋଲି। କୁକୁରର ମାଲିକ ସହ ଯୋଗାଯୋଗ କରିବା ପରେ ଜଣାପଡ଼ିଲା କୁକୁରଟି ପ୍ରାୟ ୮୦ କିଲୋମିଟର ଚାଲି ଚାଲି ସେଠାରେ ଆସି ପହଞ୍ଚିଛି।

କୁକୁରର ମାଲିକଙ୍କ କହିବାନୁସାରେ, ପୁରୁଣା ଘରେ ଏହି କୁକୁରର ଏକ ପ୍ରିୟ ବସିବା ସ୍ଥାନ ଥିଲା। ଯେତେବେଳେ ବ୍ରିଟନୀ ତାକୁ ଦେଖିଥିଲେ ସେତେବେଳେ ମଧ୍ୟ ସେ ସେହି ସ୍ଥାନରେ ବସିଥିଲା। ବାସ୍ତବରେ, କୁକୁରଟି ମାଲିକଙ୍କଠାରୁ ପଳାଇ ପୁରୁଣା ଘରକୁ ଫେରି ଆସିଥିଲା। ମାଲିକ ତାକୁ ସେଠାରେ ଖୋଜୁଥିଲେ କିନ୍ତୁ କେହି ଭାବି ନ ଥିଲେ ଯେ, ସେ ପୁରୁଣା ଘରକୁ ଫେରି ପଳାଇ ଆସିବ।

ମାଇକେଲଙ୍କ କହିବାନୁସାରେ, ପିଲାଦିନୁ କୁକୁରଟି ଏଠାରେ ବଢିଛି। ବୋଧହୁଏ ନୂଆ ଘରେ ତା’ର ମନ ଲାଗୁ ନ ଥିଲା। ତେବେ କୁକୁରକୁ ବର୍ତ୍ତମାନ ନିଜ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories