www.samajalive.in
Saturday, December 6, 2025
23.1 C
Bhubaneswar

ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ

କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ମାସ୍କ ଏବଂ ସାମାଜିକ ଦୂରତା। ଜନସାଧାରଣ ଏହାକୁ ପାଳନ କରିବା ଲାଗି ସରକାର ନିୟମକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା କୁହାଯାଉଥିବା ଜଣେ ଡାକ୍ତର ଏହାକୁ ନିର୍ବୋଧ ନିୟମ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ।

ମାଙ୍ଗାଲୁରୁର ଏକ ଶପିଂ ମଲ୍‌କୁ ଡାକ୍ତର ଶ୍ରୀନିବାସ ଗ୍ରୋସରୀ ସାମଗ୍ରୀ କିଣିବାକୁ ଯାଇଥିଲେ। କରୋନା ସମୟରେ ମଲ୍‌ ପକ୍ଷରୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ଲାଗି ବାଧ୍ୟତାମୂଳକ କରାଯାଇଥିବାବେଳେ ଡାକ୍ତର ଜଣକ କିନ୍ତୁ ମାସ୍କ ପିନ୍ଧି ନ ଥିଲେ। ସାମଗ୍ରୀ କିଣୁଥିବା ଅନ୍ୟ ଜଣେ ଗ୍ରାହକ ଡାକ୍ତର ଶ୍ରୀନିବାସଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥଧିଲେ। କିନ୍ତୁ ଡାକ୍ତର ଶୁଣି ନ ଥିଲେ। ବିଲିଂ କାଉଣ୍ଟରେ ଷ୍ଟୋର ମ୍ୟାନେଜର ମଧ୍ୟ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ। ଏହାପରେ ଡାକ୍ତର ଶ୍ରୀନିବାସ ତାଙ୍କ ଉପରେ ହଠାତ୍‌ ରାଗିଯାଇ ଯୁକ୍ତିତର୍କ କରିଥିଲେ। ଏପରି କି ମାସ୍କ ପିନ୍ଧିବା ଏକ ‘ନିର୍ବୋଧ ନିୟମ’ ବୋଲି କହିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

- Advertisement -

ଭିଡିଓରେ ଡାକ୍ତର ଜଣକ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କହୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଏପରି କି କରୋନା କାହା ପାଇଁ ବିପଦ ନୁହେଁ ବୋଲି ସେ କହିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories