www.samajalive.in
Saturday, December 13, 2025
15.1 C
Bhubaneswar

ମୃତ ଡାକ୍ତରଙ୍କୁ ମିଳିଲାନି କାନ୍ଧ ଓ ଶ୍ମଶାନରେ ଜାଗା

ଫୁଲବାଣୀ/ଜି.ଉଦୟଗିରି : କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଶଙ୍କାରେ ଆଜି ଜଣେ ଡାକ୍ତରଙ୍କ ମରଶରୀରକୁ ନିଜ ଗାଁ ମଶାଣୀରେ ମଧ୍ୟ ଶେଷକୃତ୍ୟ ପାଇଁ ଜାଗା ମିଳିଲାନି। କାଲି ଯେଉଁମାନେ ସ୍ୱର୍ଗତ ଡ଼ାକ୍ତରଙ୍କୁ ଭଗବାନ ବୋଲି ମାନୁଥିଲେ ତାଙ୍କର ମୃତ୍ୟୁ ପରେ କେହି ମଧ୍ୟ ଚିହ୍ନିଲେ ନାହିଁ। ଏପରିକି ତାଙ୍କ ଚିକିତ୍ସା ଫଳରେ ଭଲ ହୋଇଥିବା କୌଣସି ରୋଗୀ ମଧ୍ୟ ତାଙ୍କୁ ଶେଷ ସମୟରେ ସହଯୋଗରେ ହାତ ବଢାଇଲେ ନାହିଁ। କରୋନା ଯୋଗୁଁ ହଜିଗଲା ମାନବିକତା ଓ ଭାଇଚାରା।
କରୋନା ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା ଭାବେ ପରିଚିତ ଡାକ୍ତର ସପନି ପ୍ରଧାନଙ୍କ ମୃତ୍ୟର ୧୨ ଘଣ୍ଟା ପରେ ପ୍ରଶାସନର ହସ୍ତକ୍ଷେପରେ ନିଜ ଗ୍ରାମ ଶ୍ମଶାନ ବଦଳରେ ଆଉ ଏକ ସ୍ଥାନରେ ସମାଧି ଦିଆଯାଇଛି। ଯାହାକି ଥିଲା ଅତ୍ୟନ୍ତ ହୃଦୟବିଦାରକ। ସମାଧି ଦିଆଯିବା ବେଳେ ମଧ୍ୟ ହାତ ଗଣତି କିଛି ସମ୍ପର୍କିୟ ହିଁ ଉପସ୍ଥିତ ଥିଲେ। ଅନ୍ୟମାନେ କେହି ପାଖତଡ଼ ମାଡ଼ିନଥିଲେ। ଏଭଳି ଏକ ଭାବନୀୟ ଘଟଣା କନ୍ଧମାଳ ଜିଲା ଘୁ.ଉଦୟଗିରି ଅଞ୍ଚଳରେ ଘଟିଥିଲା। ଏହା ଆଜି ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି। ସୂଚନା ପ୍ରକାରେ ସ୍ଥାନୀୟ ମାଲିକାପଡ଼ି ଗ୍ରାମର ସପନ କୁମାର ପ୍ରଧାନ ନାମରେ ଜଣେ ଏମବିବିଏସ ପ୍ରଥମେ ଶ୍ରେଣୀ ସରକାରୀ ଚିକିତ୍ସାଧିକାରୀ। ସେ ଘୁ.ଉଦୟଗିରି ରିଆ ନାମରେ ଏକ ଘରୋଇ କ୍ଲିନିକ କରି ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ। ରବିବାର ଡାକ୍ତର ଜଣକ ଅସୁସ୍ଥ ଅନୁଭବ କରିଥିଲେ। ଅଧିକ ଦୁର୍ବଳତା କାରଣରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସେଠାରୁ ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ଏହାପରେ ପରିବାର ଲୋକେ ଫୁଲବାଣୀକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ପରିବାର ଲୋକେ ଏକ କାର ଯୋଗେ ଡାକ୍ତର ସପନଙ୍କୁ ଫୁଲବାଣୀକୁ ଚିକିତ୍ସା ପାଇଁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟ ଘଟିଥିଲା। ଏହାପରେ ପରିବାର ଲୋକେ ଡାକ୍ତରଙ୍କର ମୃତ ଶରୀରକୁ ମାଲିକାପଡ଼ି ସ୍ଥିତ ନିଜ ବାସଭବନକୁ ଆଣିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ମୃତଦେହକୁ ଅନ୍ୟତ୍ର ସମାଧି ଦେବାପାଇଁ ନିର୍ଦେଶ ଦିଆଯାଇଥିବା ମୃତ ଡାକ୍ତରଙ୍କ ଭାଇ ସୁମିତକୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରଶାସନର ନିର୍ଦେଶକ୍ରମେ ମୃତ ଡାକ୍ତରଙ୍କ ଭଣଜା ସୌମ୍ୟକାନ୍ତ ପାତ୍ର, ଭାଇ ସୁମିତ କୁମାର ପ୍ରଧାନ, ବିନୟ ଚନ୍ଦ୍ର ପ୍ରଧାନ, ସ୍ତ୍ରୀ ଓ ଝିଅ ମୃତ ଦେହକୁ ଘୁ.ଉଦୟଗିରି ଏନଏସିସ୍ଥିତ କନବାଗେରୀ ଗ୍ରାମ ନିକଟକୁ ସମାଧି ଦେବାକୁ ଯାଇଥିଲେ। ତେବେ ସେଠାକାର ସ୍ଥାନୀୟ ଲୋକେ କରୋନା ସଂକ୍ରମଣରେ ମୃତ୍ୟ ଘଟିଥିବା ସନ୍ଦେହ କରି ସମାଧି ଦେବାକୁ ବିରୋଧ କରିଥିଲେ। ପରେ ପ୍ରଶାସନ ସହଯୋଗରେ କନବାଗିରିସ୍ଥିତ ଡ଼୍ୟାମ ପାଖ ଜଙ୍ଗଲରେ ପରିବାର ସହିତ ବି.ଡ଼ି.ଓ ଶାନ୍ତନୁକୁମାର ନାୟକ , ତହସିଲଦାର ବିଚିତ୍ରାନନ୍ଦ ନାୟକ, ଥାନା ଅଧିକାରୀ ନରେଶ କୁମାର ସାହୁ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସମାଧି ଦିଆଯାଇଥିଲା। ସେଠାରେ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଯାଏଁ ମୃତଦେହଟି ପଡ଼ି ରହିବା ପରେ ସମାଧି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୃତ ଡାକ୍ତରଙ୍କ ରକ୍ତ ନମୁନା ରିପୋର୍ଟ ଆସିନଥିବା ପରିବାର ତରଫରୁ କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories