www.samajalive.in
Thursday, December 11, 2025
23.1 C
Bhubaneswar

ସାନିଟାଇଜର୍ ଅସଲି ନା ନକଲି ?

ବର୍ତ୍ତମାନ ସମୟରେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରିବାକୁ ଗୁରୁତ୍ବ ଦେଉଛନ୍ତି। ବଜାରରେ କରୋନା ପ୍ରକୋପ ପୂର୍ବରୁ ମଧ୍ୟ ସାନିଟାଇଜର୍ ବିକ୍ରି ହେଉଥିଲା। ଏବେ କିନ୍ତୁ ଲୋକେ ଅଧିକ ସଂଖ୍ୟାରେ ଏଇ ସାନିଟାଇଜର୍ କିଣୁଥିବାର ଦେଖାଯାଉଛି। ବିଭିନ୍ନ କମ୍ପାନୀ ତଥା ଆକାରର ସାନିଟାଇଜର୍ ବଜାରରେ ମିଳୁଥିବାବେଳେ ଅସଲି କେଉଁଟା ତାହା ଜାଣିବା ମୁସ୍କିଲ୍ ବ୍ୟାପାର ହୋଇଗଲାଣି। ବିଶେଷଜ୍ଞଙ୍କ ମତରେ କେତୋଟି ସରଳ ଘରୋଇ ଉପାୟରେ ପରୀକ୍ଷା କରି ସାନିଟାଇଜର୍‌୍ ଅସଲି କି ନକଲି, ଜାଣିପାରିବେ।
– ଗୋଟିଏ ଛୋଟ ପାତ୍ରରେ ଅଳ୍ପ ସାନିଟାଇଜର୍ ନେଇ ହେୟାର ଡ୍ରାୟର୍‌ରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ୩-୫ ସେକେଣ୍ଡରେ ସାନିଟାଇଜର୍ ଶୁଖିଗଲେ, ତାହା ଅସଲି ବୋଲି ଜାଣିବେ। ଅଧିକ ସମୟ ଶୁଖିବା ପାଇଁ ଲାଗିଲେ, ସାନିଟାଇଜର୍ ନକଲି ହୋଇଥିବ, ଏହା ଜାଣିରଖନ୍ତୁ।
– ଏବେ ଏକ ପାତ୍ରରେ ଅଟା ନେଇ ସେଥିରେ ସାନିଟାଇଜର୍ ମିଶାଇ ଚକଟନ୍ତୁ। ଯଦି ତାହା ଅଟା ଭଳି ଚକଟି ହୋଇ ଗୋଲ ହେବ, ସାନିଟାଇଜର୍ ନକଲି। ହେଲେ ଚକଟି ନ ହୋଇ ଭାଙ୍ଗଭାଙ୍ଗ ହେଲେ ସାନିଟାଇଜର୍ ଅସଲି।
– ଅନ୍ୟପାଖେ ସାନିଟାଇଜର୍ ବୋତଲ ଉପରେ ୬୦% ଆଲକହଲ୍ ଥିଲେ, ତାହା ହିଁ କିଣନ୍ତୁ। କମ୍ ପ୍ରତିଶତ ଆଲକହଲ୍ ଥିଲେ, ତାହା ହାତ ସାନିଟାଇଜ୍ କରି ନ ଥାଏ।

Hot this week

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

Related Articles

Popular Categories