www.samajalive.in
Saturday, December 6, 2025
19.1 C
Bhubaneswar

ଲୁଟ୍‍ ଘଟଣାର ୪ଗିରଫ, ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା,ସୁନା ଓ ବାଇକ ଜବତ

ବଡ଼ବିଲ: ଜାନୁଆରୀ ୩୧ତାରିଖ ରାତ୍ରି ପ୍ରାୟ ୯ଘଟିକାରେ ପଞ୍ଚବଟୀ ରେସିଡେନ୍ସି କଲୋନୀର ଏକ ଆପାର୍ଟମେଣ୍ଟରୁ ଲକ୍ଷାଧିକ ନଗଦ ଟଙ୍କା ଓ ସୁନା ହାର ଲୁଟ୍‍ ଘଟଣାରେ ବଡ଼ବିଲ ପୁଲିସକୁ ବଡ଼ ସଫଳତା ମିଳିଛି। ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ଏଥିରେ ସଂପୃକ୍ତ ୪ଆସାମୀଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ନଗଦ ୨ଲକ୍ଷ ୨୪ହଜାର ଟଙ୍କା, ଗୋଟିଏ ବାଇକ, ଗୋଟିଏ ଛୁରୀ , ସୁନା ଚେନ୍‍ ଏବଂ ଦେଶୀ ବନ୍ଧୁକ ଆଦି ଜବତ କରାଯାଇଛି। ଏସ୍‍.ଡି.ପି.ଓ.ରାହୁଲ ଜୈନ ସୂଚନା ଦେଇଛନ୍ତିକି, ଘଟଣା ଘଟିବାର କିଛି ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଉକ୍ତ ଫ୍ଲାଟରେ ଲାଗିଥିବା ସିସି ଟିଭି କ୍ୟାମେରା ଅଚଳ ହୋଇଥିବା ଜଣାପଡ଼ିଛି। ପରେ ଇନ୍ସପେକ୍ଟର ଅନୀଲ ପ୍ରଧାନ ଏବଂ ପୁଲିସ ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଦୁଇଟି ଦଳ ଗଠନ କରାଯାଇ ଅନୁସନ୍ଧାନକୁ ଜୋରଦାର କରାଯାଇଥିଲା।ପୁଲିସ ଓ ସାଇନ୍ଟିଫିକ
ଟିମ୍‍ର ଅନୁସନ୍ଧାନ ପରେ ଗୃହ ମାଲିକ ବିନିତ ବନ୍ସାଲଙ୍କ ଡ୍ରାଇଭର ଏବଂ ଉକ୍ତ ରେସିଡେନ୍ସିରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀ ଉପରେ ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ତଦନୁଯାୟୀ, ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ବିନିତ ବନ୍ସାଲଙ୍କ ଡ୍ରାଇଭର ଶ୍ରୀପତି ମହାନ୍ତ, ତା’ର ଅନ୍ୟ ଜଣେ ସାଙ୍କ ଡ୍ରାଇଭର ସିକନ୍ଦର ବେହେରା ଓ ସୁରକ୍ଷା ଜଗୁଆଳ ଉମାକାନ୍ତ ମହାନ୍ତ ଦୀର୍ଘ ପ୍ରାୟ ୩ମାସ ତଳୁ ବିନିତଙ୍କ ବିଭିନ୍ନ ବ୍ୟବସାୟିକ କାରବାର, ବ୍ୟାଙ୍କରେ ହେଉଥିବା ପଇସା କାରବାର ଏବଂ ସେମାନଙ୍କ ଗତିବିଧି ଆଦି ବିଷୟରେ ଟିକି ନିଖି ଖବର ରଖୁଥିଲେ।ଘଟଣା ଦିନ ବିନିତ ଓ ତାଙ୍କ ପିଲା ମାନେ ଏକ ଉତ୍ସବରେ ଯୋଗ ଦେବାପାଇଁ ଘରୁ ବାହରି ଯିବା ପରେ ନିରାପତ୍ତାରକ୍ଷୀ ଉମାକାନ୍ତ ମହାନ୍ତ ସିସି ଟିଭି କ୍ୟାମେରକୁ ଅଚଳ କରିଦେଇଥିଲେ। ଏହା ପରେ ସିକନ୍ଦର ବେହେରା ଓ ତାର ଆଉଜଣେ ସହଯୋଗୀ ମୁରଲୀ ମହାନ୍ତ ଘର ମଧ୍ୟକୁ ପଶି ବିନିତଙ୍କ ବାପ ମାଆ କୁ ବନ୍ଧୁକ ଦେଖାଇ ଲୁଟ୍‍ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଓଜନ ଲାଇନ, ବଡ଼ବିଲର ବାସିନ୍ଦା ସିକନ୍ଦର ବେହେରା,ବଡ଼ବିଲ ଥାନା ସାନ୍ତବାହାଳ ଗ୍ରାମର ମୁରଲୀ ମହାନ୍ତ, ପି.ଏଚ୍‍.ଡି.କଲୋନୀ କାଳନ୍ଦୀ ସାହୀ ଅଂଚଳର ଶ୍ରୀପତି ମହାନ୍ତ,ବଡ଼ବିଲ ଥାନା କାଶୀଆ ଗ୍ରାମର ଉମାକାନ୍ତ ମହାନ୍ତ। ସୂଚନାଯୋଗ୍ୟ, ସିଦ୍ଧି ବିନାୟକ ଟ୍ରାନ୍ସପୋର୍ଟ ଏଜେନ୍ସିର ମାଲିକ ବିନିତ ବନ୍‍ସାଲଙ୍କ ଘରୁ ରାତ୍ର ପ୍ରାୟ ୯ ଘଟିକା ସମୟରେ ଏହି ଘଟଣା ଘଟିଥିଲା। ନିକଟରେ ଥିବା ହରିଓମ୍‍ ଗାର୍ଡେନରେ ଏକ ଉତ୍ସବରେ ଯୋଗ ଦେବାପାଇଁ ବିନିତ ବନ୍‍ସାଲ ଯାଇଥିବା ବେଳେ ଘରେ ତାଙ୍କ ବୃଦ୍ଧ ବାପ ମାଆ ଥିଲେ।ସେ ଘରୁ ଯିବାର କିଛି ସମୟ ପରେ ୨ ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡ଼େଇବାରୁ ଭିତରେ ଥିବା ବୃଦ୍ଧା ମାତା ଅଙ୍ଗୁରୀ ଦେବୀ କିଏ ବୋଲି ପଚାରିଥିଲେ। ଶଯ୍ୟାଶାୟୀ ଥିବା ବିନିତଙ୍କ ପିତା ମଦନ ଲାଲ ଅନ୍ୟ ଏକ ଘରୁ ପାଟି କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ପରେ ଆଲମିରା ଭାଙ୍ଗି ତା ମଧ୍ୟରେ ଥିବା ନଗଦ ୫ଲକ୍ଷ ୭୦ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍‍ କରି ନେଇଥିଲେ।
ଲୁଟ୍‍ ଘଟଣାର ୪ଗିରଫ…

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories