www.samajalive.in
Saturday, December 6, 2025
26.1 C
Bhubaneswar

ଭଗବାନଙ୍କୁ ଦୀପ ଅର୍ପଣ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ଭଗବାନଙ୍କ ନିକଟରେ ଦୀପ ଲଗାଇବା ପୂଜାର ଏକ ବିଧି ଓ ଏହା ଆପଣ ପ୍ରତି ଘରେ ଦେଖିଥିବେ। ଭଗବାନଙ୍କୁ ଦୀପ ଅର୍ପଣ କଲେ ହିଁ ପୂଜା ସଂପୂର୍ଣ୍ଣ ହୋଇଥାଏ ବୋଲି ହିନ୍ଦୁ ଶାସ୍ତ୍ରରେ ମାନ୍ୟତା ରହିଛି। ଆଲୋକ ସର୍ବଦା ଅନ୍ଧକାରକୁ ଦୂର କରିଥାଏ। ସେହିଭଳି ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଇଲେ ଜୀବନରେ ଥିବା ଦୁଃଖ ରୂପକ ଅନ୍ଧକାର ଦୂରେଇ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ଭଗବାନଙ୍କୁ ଦୀପ ଅର୍ପଣ କରିବାର କେତେକ ନିୟମ ମଧ୍ୟ ରହିଛି, ଜାଣନ୍ତୁ…………….
– ଦୀପ ସମର୍ପଣ କରିବା ବେଳେ କଥାବାର୍ତ୍ତା ନ କରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ ଓ ସମ୍ପୂର୍ଣ୍ଣ ଧ୍ୟାନ କେବଳ ଭଗବାନଙ୍କ ନିକଟରେ ରଖି ଦୁଃଖ ଦୂର ପାଇଁ ପ୍ରାର୍ଥନା କରିବା ଉଚିତ।
– ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ସଳିତା ହିଁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
– ଘିଅର ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।
– ତେଲର ଦୀପ ଅର୍ପଣ ବେଳେ ଏହା ଭଗବାନଙ୍କ ବାମ ପଟେ ଓ ନିଜର ଡ଼ାହାଣ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
– ଯଦି ମାଟି ଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନ ଦେବେ ଯେପରି ଏହା ସାମାନ୍ୟ ମାତ୍ର ଭାଙ୍ଗି ନଥିବ । ଭଙ୍ଗା ଦୀପ ଅର୍ପଣ କରିବା ଅଶୁଭ ଅଟେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories