www.samajalive.in
Thursday, December 11, 2025
16.1 C
Bhubaneswar

ସ୍ୱଛ ସରକାର ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜର ମତାଧିକାର ସାବ୍ୟସ୍ତ କରିବା ଆବଶ୍ୟକ

ବୌଦ୍ଧ: ଆମ ଦେଶର ଗଣତନ୍ତ୍ର ସମଗ୍ର ପୃଥିବୀରେ ଉଦାହରଣ ହୋଇପାରିଛି। ଏହାକୁ ଆହୁରି ବଳିଷ୍ଠ କରିବାକୁ ହେଲେ ଜନ ସାଧାରଣ ସକ୍ରିୟତାର ସହିତ ମତଦାନରେ ସାମିଲ ହୋଇ ସଠିକ ପ୍ରତିନିଧି ଚୟନ କରିପାରିଲେ ଦେଶ ଆହୁରି ସମୃଦ୍ଧ ହୋଇପାରିବ। ଦେଶରେ ଏକ ସ୍ୱଛ ସରକାର ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜର ମତାଧିକାର ସାବ୍ୟସ୍ତ କରବା ଆବଶ୍ୟକ ବୋଲି ବୌଦ୍ଧଠାରେ ଜିଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଟାଉନହଲ ଠାରେ ବୌଦ୍ଧ ଜିଲା ପ୍ରଶାସନ ତରଫରୁ ଜିଲାସ୍ତରୀୟ ଏକାଦଶତମ ଜାତୀୟ ଭୋଟର ଦିବସ ଆୟୋଜିତ ହୋଇଥିଲା।

 

- Advertisement -

ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇ ପ୍ରତ୍ୟେକ ନାଗରିକ ବାଧ୍ୟତାମୂଳକ ଭାବରେ ଭୋଟଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଉପଜିଲାପାଳ ଅଶ୍ୱନୀ କୁମାର ମେହେର ଜିଲାରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହିତ ସରକାରଙ୍କ ପକ୍ଷରୁ ଅନଲାଇନ ଭୋଟ ପରିଚୟପତ୍ର ପ୍ରଦାନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସରଳୀକରଣ କରାଯାଉଥିବାନେଇ ସୂଚନା ପ୍ରଦାନ କରିଥିଲେ। ସହକାରୀ ଜିଲାପାଳ ସୁଶ୍ରୀ ସ୍ମିତା ରଥ ସ୍ୱାଗତ ଭାଷଣ ପ୍ରଦାନ କରି ମତଦାନର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ୧୦ ଜଣ ନୂତନ ଭୋଟରଙ୍କୁ ସ୍ୱାଗତ କରାଯାଇ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଥିବା ବୁଥ ଲେବଲ ଅଧିକାରୀମାନଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନିର୍ବାଚନ ସମ୍ବନ୍ଧୀୟ ପ୍ରତିଯୋଗିତାର କୃତିପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାରେ ଅତିଥିମାନେ ସମସ୍ତ ମତଦାତାମାନଙ୍କୁ ଶପଥ ପାଠ କରାଇଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories