www.samajalive.in
Thursday, December 11, 2025
18.1 C
Bhubaneswar

‘ସଇତାନ୍‌ ଜୋତା’କୁ ନେଇ ବିବାଦ, ବ୍ୟବହାର ହୋଇଛି ମଣିଷ ରକ୍ତ

ନ୍ୟୁୟର୍କ: ଜୋତାରେ ବ୍ୟବହାର ହୋଇଛି ମଣିଷ ରକ୍ତ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ହେଁ, ଏପରି କରି ବିବାଦ ଘେରକୁ ଆସିଛି ଏକ ଜୋତା କମ୍ପାନୀ। ବ୍ରୁକ୍‌ଲିନ୍‌ର ଜୋତା କମ୍ପାନୀ ଏମଏସଚିଏଚଏଫ ଦ୍ବାରା ପ୍ରସ୍ତୁତ ‘ସଇତାନ୍‌ ଜୋତା’ରେ ମଣିଷ ରକ୍ତ ବ୍ୟବହାର ହୋଇଥିବା କୁହାଯାଇଛି। ଏପରି କି ଏହି ଜୋତାରେ ‘ନାଇକି’ ଲୋଗୋ ବ୍ୟବହାର ହୋଇଥିବାରୁ ନାଇକି କମ୍ପାନୀ ପକ୍ଷରୁ ଏମଏସସିଏଚଏଫ ବିରୋଧରେ କୋର୍ଟରେ ମାମଲା ଦାୟର କରାଯାଇଛି।

ଏମଏସସିଏଚଏଫ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ସଇତାନ୍‌ ଜୋତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସଇତାନ୍‌ ଜୋତାରେ ମଣିଷର ରକ୍ତ ବ୍ୟବହାର ହୋଇଥିବା ନିର୍ମତାଙ୍କ ପକ୍ଷରୁ କୁହାଯାଇଛି। ଏମଏସସିଏଚଏଫ କେବଳ ୬୬୬ ଯୋଡ଼ା ଜୋତା ତିଆରି କରିଛି। ଗୋଟିଏ ହଳ ଜୋତାର ମୂଲ୍ୟ ୧୦୧୮ ଡଲାର ଅର୍ଥାତ ପ୍ରାୟ ୭୫ ହଜାର ଟଙ୍କା ରହିଛି।

- Advertisement -

ଗତ ୨୯ ତାରିଖରେ ଏମଏସସିଏଚଏଫ କମ୍ପାନୀ ପକ୍ଷରୁ ଏହି ଜୋତା ଲଞ୍ଚ କରାଯିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ନାଇକି ଅଭିଯୋଗ କରିଛି ଯେ, ଏହି ଜୋତାରେ ନାଇକିର ଲୋଗୋ ‘ସୁଶ୍‌’ ଚିହ୍ନକୁ ବ୍ୟବହାର କରାଯାଇଛି। କମ୍ପାନୀର ବିନା ଅନୁମତିରେ ଏମଏସସିଏଚଏଫ ଏଭଳି ପଦକ୍ଷେପ ନେଇଛି।

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁସାରେ, ଜୋତାରେ ପେଣ୍ଟାଗ୍ରାମ୍‌ ଅର୍ଥାତ ପଞ୍ଚକୋଣ’ର ଚିହ୍ନ ରହିଛି। ଏହା ସହିତ ବାଇବେଲ୍‌ର ଲ୍ୟୁକ୍‌ ୧୦:୧୮ ବି ଉଲ୍ଲେଖ କରାଯାଇଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଈଶ୍ଵରଙ୍କ ଅପମାନ ବୋଲି କହିଛନ୍ତି। ଜୋତା ତିଆରି କରିଥିବା ଏମଏସସିଏଚଏଫ କମ୍ପାନୀ ଏଥିରେ ଗୋଟିଏ ବୁନ୍ଦା ମଣିଷ ରକ୍ତ ବ୍ୟବହାର କରିଥିବା ମଧ୍ୟ ସ୍ବୀକାର କରିଛି। ଅନ୍ୟପଟେ ୬୬୬ ଜୋଡ଼ାର ଲଞ୍ଚିଂକୁ ସଇତାନ୍‌ର ଚିହ୍ନ ବୋଲି କୁହାଯାଉଛି।

କେବଳ ଏବେ ନୁହେଁ, ପୂର୍ବରୁ ମଧ୍ୟ ଏମଏସସିଏଚଏଫ କମ୍ପାନୀ ନିଜର କେତେକ ଉତ୍ପାଦକୁ ନେଇ ବିବାଦରେ ଫସିଛି। ୨୦୧୯ରେ କମ୍ପାନୀ ‘ଜୀଜସ ଶୁଜ୍‌’ ବା ‘ଯୀଶୁଙ୍କ ନାମରେ ଜୋତା ଲଞ୍ଚ କରିଥିଲା, ଯାହାକୁ ନେଇ ବହୁ ବିବାଦ ଉପୁଜିଥିଲା। ଉକ୍ତ ଜୋତାରେ ଜୋର୍ଡାନ ନଦୀରୁ ଅଣାଯାଇଥିବା ପବିତ୍ର ଜଳକୁ ବ୍ୟବହାର କରାଯାଇଥିବା ନେଇ ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇଥିଲା।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories