www.samajalive.in
Thursday, December 11, 2025
27.1 C
Bhubaneswar

ଜାଣନ୍ତୁ କେଉଁ ଦିଗର କ’ଣ ରହିଛି ପ୍ରଭାବ

ଦିଗର ସମ୍ବନ୍ଧ ସୂର୍ଯ୍ୟୋଦୟ ସହ ରହିଛି। ଭିନ୍ନ ଭିନ୍ନ ଦିଗରେ ସୂର୍ଯ୍ୟ ଉଦୟର ପ୍ରଭାବ ଅଲଗା ଅଲଗା ଶକ୍ତି ଉତ୍ପନ୍ନ କରିଥାଏ। ଦିଗ ବିଷୟରେ ନଜାଣି ଏହି ଶକ୍ତି ସଂସ୍ପର୍ଶରେ ଆସିବା ଦ୍ୱାରା ଆମର ବହୁତ କ୍ଷତି ହୋଇଥାଏ। ଯଦି ଦିଗ ବିଷୟରେ ଆମର କିଛି ଧାରଣା ରହିବ ତେବେ ଆମେ ସବୁ ଦିଗର ମହତ୍ତ୍ୱ ବୁଝି ଏଥିରୁ ମିଳୁଥିବା ଲାଭ ପାଇପାରିବା। ତେବେ ଚାଲନ୍ତୁ ଜାଣିବା ଚାରି ଦିଗର ମହତ୍ତ୍ୱ ବିଷୟରେ –

ପୂର୍ବ ଦିଗର ମହତ୍ତ୍ୱ :

- Advertisement -

– ଏହି ଦିଗ ସବୁଠାରୁ ପବିତ୍ର ଓ ଶକ୍ତିଶାଳୀ ହୋଇଥାଏ।
– ଏହି ଦିଗକୁ ମୁହଁ କରି କାର୍ଯ୍ୟ କରିବା ସର୍ବଦା ଲାଭଦାୟକ ହୋଇଥାଏ।
– ଏଠାରେ ସୂର୍ଯ୍ୟ ଓ ବୃହସ୍ପତିଙ୍କ ପ୍ରଭାବ ରହିଥାଏ।
– ଏହି ଦିଗରୁ ମାନ, ସମ୍ମାନ, ଯଶ ଓ ଜ୍ଞାନ ହାସଲ ହୋଇଥାଏ।
– ଯେତେଦୂର ସମ୍ଭବ ପୂଜାପାଠ, ଧ୍ୟାନ ଓ ପାଠପଢା ପୂର୍ବ ଦିଗକୁ ମୁହଁ କରି କରିବା ଆବଶ୍ୟକ।
– ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ବହୁତ ମାନ ସମ୍ମାନ ମିଳିଥାଏ।

ପଶ୍ଚିମ ଦିଗର ମହତ୍ତ୍ୱ :

– ପଶ୍ଚିମ ଦିଗ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିଗ ହୋଇଥାଏ।
– ଶନି ଏହି ଦିଗରେ ବହୁତ ଶକ୍ତିଶାଳୀ ହୋଇଥାଆନ୍ତି।
– ଏହି ଦିଗ ଦ୍ୱାରା ସମ୍ପର୍କ, ପରିବାର ଓ ଖୁସିମୟ ଜୀବନ ପ୍ରଭାବିତ ହୋଇଥାଏ।
– ପଶ୍ଚିମ ଦିଗକୁ ମୁହଁ କରି ଧ୍ୟାନ ଓ ପ୍ରାର୍ଥନା କରିବା ଦ୍ୱାରା ଶୀଘ୍ର ପ୍ରଭାବ ଦେଖା ଦେଇଥାଏ।
– ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ସଂଘର୍ଷ ବଢିଥାଏ।
– ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ, ଏହାଦ୍ବାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଆର୍ଥିକ ହାନୀ ହୋଇଥାଏ।

ଉତ୍ତର ଦିଗର ମହତ୍ତ୍ୱ :

– ଏହା ଧନ ଓ ଆର୍ଥିକ ଲାଭର ଦିଗ ହୋଇଥାଏ।
– ଏହି ଦିଗରେ ମଙ୍ଗଳ ପ୍ରଭାବଶାଳୀ ହୋଇଥାଆନ୍ତି।
– ଏହା ଶକ୍ତି ଓ ସାହସ ମଧ୍ୟ ପ୍ରଦାନ କରିଥାଏ।
– ଉତ୍ତର ଦିଗକୁ ମୁହଁ କରି କାର୍ଯ୍ୟ କରିବା ଓ ବ୍ୟବସାୟ କରିବା ସର୍ବୋତ୍ତମ ହୋଇଥାଏ।
– ଧନ ପ୍ରାପ୍ତି ପାଇଁ ଏହି ଦିଗକୁ ମୁହଁ କରି ପୂଜା ଉପାସନା କରିବା ଆବଶ୍ୟକ।
– ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା କମ୍‍ ସଂଘର୍ଷରେ ଅଧିକ ସଫଳତା ମିଳିଥାଏ।

ଦକ୍ଷିଣ ଦିଗର ମହତ୍ତ୍ୱ :

– ସାଧାରଣତଃ ଏହାକୁ ନକରାତ୍ମକ ବା ଖରାପ ଦିଗ ବୋଲି କୁହାଯାଇଥାଏ।
– ହେଲେ ଏହି ଦିଗ ଆୟୁଷ ଓ ସ୍ୱାସ୍ଥ୍ୟକୁ ଉତ୍ତମ କରିପାରେ।
– ଏହାଛଡ଼ା ଏହି ଦିଗ ଆକସ୍ମିକ ଲାଭ ଓ ଆକସ୍ମିକ ଉନ୍ନତି ମଧ୍ୟ ଦେଇଥାଏ।
– ଏହି ଦିଗକୁ ମୁହଁ କରି ଶନିବାର ଦିନ ଦୀପ ଜାଳିବା ଦ୍ୱାରା ସମସ୍ତ ବାଧା ଦୂର ହୋଇଥାଏ।
– ଏହି ଦିଗକୁ ଗୋଡ଼ ଦେଇ କେବେହେଲେ ଶୁଅନ୍ତୁ ନାହିଁ, ଏହାଦ୍ୱାରା ଆୟୁଷ ଓ ସ୍ୱାସ୍ଥ୍ୟର ଶଙ୍କଟ ଦେଖାଦେଇଥାଏ।
– ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଓ କଳ୍ପନାର ସମସ୍ୟା ଦେଖାଦେଇଥାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories