ନାବାଳିକା ମୃତ୍ୟୁକୁ ନେଇ ଉତ୍ତେଜନା
ସାଲେପୁର : କଟକ ଜିଲା ମାହାଙ୍ଗା ବ୍ଲକ ଓସ୍ତମୂଳ ଗ୍ରାମରେ ରୋଗୀର ମୃତ୍ୟୁକୁ ନେଇ ରାସ୍ତା ରୋକ ହୋଇଥିଲା । ମୃତକ ଜଣକ ଜଣେ ନାବାଳିକା, ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।ମୃତଦେହକୁ ରାସ୍ତାରେ ରଖି ପରିବାର ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ମୃତ୍ୟୁ ପାଇଁ ଡ଼ାକ୍ତରଙ୍କ ଅବହେଳା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପରିବାର ଲୋକେ ଦାୟୀ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେବାରୁ ରାସ୍ତାରୁ ମୃତଦେହ ଉଠାଇବା ସହ ପରିବାର ଲୋକେ ଆନ୍ଦୋଳନରୁ ଓହରିଥିଲେ ।