www.samajalive.in
Friday, December 12, 2025
19.1 C
Bhubaneswar

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ “ଭିଜନ୍‍ ୨୦୨୨’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ରବିବାର ହେଉଛି ଦ୍ୱିତୀୟ ଦିନ। ରବିବାର ଅନୁଷ୍ଠିତ ବୈଠକରେ ଆର୍ଥିକ ଓ ରାଜନୈତିକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକର ସମାପନ ଉତ୍ସବ ଅବସରରେ ସମ୍ବୋଧୀତ କରିବେ। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରମ ନିର୍ବାଚନ ସମ୍ପର୍କିତ ଆଲୋଚନା ମଧ୍ୟ ରବିବାର ଚୂଡ଼ାନ୍ତ ହେବ। ଏହି ଉପଲକ୍ଷେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ରାଜନୈତିକ ପ୍ରସ୍ତାବ ପ୍ରଦାନ କରିବେ। ଏହାକୁ “ଭିଜନ ୨୦୨୨’ ନାମରେ ନାମିତ କରାଯାଇଛି।
ଶନିବାର ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା। ଏହି ଉପଲକ୍ଷେ ବିଜେପି ଅଧ୍ୟକ୍ଷ ଅମୀତ ଶାହ ସମ୍ବୋଧିତ କରିଥିଲେ। ଏହି ଉପଲକ୍ଷେ ୨୦୧୯ ନିର୍ବାଚନରେ ବିଜୟ ମନ୍ତ୍ର ଉପସ୍ଥିତ କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥିଲେ ଶାହ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାନୀ, ରକ୍ଷାମନ୍ତ୍ରୀ ନିର୍ମଳ ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂହ, ବିତ୍ତ ମନ୍ତ୍ରୀ ଅରୁଣ ଜେଟଲୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଉପସ୍ଥିତ ଥିଲେ। ଖ୍ୟାତନାମା ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ପ୍ରଥମ ଥର ପାଇଁ ବିଜେପିର ବରିଷ୍ଠ ନେତା ଏକତ୍ରିତ ହୋଇଛନ୍ତି।

- Advertisement -

ଶନିବାର ବୈଠକରେ ବିଜେପି ଅଧ୍ୟକ୍ଷ ଦେଶରେ ୧୯ଟି ରାଜ୍ୟରେ ବିଜେପି ସରକାର ରହିଛି ବୋଲି ସୂଚନା ଦେବା ସହ ଏହି ରାଜ୍ୟରେ ନିଜ ସ୍ଥିତି ବଳବତ୍ତର ରଖିବାର ରଣକୌଶଳ ପ୍ରଦାନ କରିଥିଲେ। ସେହିପରି ପଶ୍ଚିମବଙ୍ଗ, ଓଡ଼ିଶା ଓ ତେଲେଙ୍ଗାନା ପରି ରାଜ୍ୟରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟରେ କ୍ଷମତାଶୀନ ସରକାରଙ୍କ ପ୍ରମୁଖ ବିରୋଧୀ ଦଳଭାବେ ବିଜେପିକୁ କେଉଁ ଭାବେ ସୁଫଳ ମିଳିବ ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଅମୀତ ଶାହ। ୨୦୧୯ସାଧାରଣ ନିର୍ବାଚନ ବିଜେପି ତା’ର ଉପଲବ୍ଧି ଓ ଦଳୀୟ ସାଂଗଠନିକ ଶକ୍ତି ଆଧାରଣରେ ଜିତିବାକୁ ଦଳୀୟ ଅଧ୍ୟକ୍ଷ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏନଆରସିକୁ ଏପରି ଭାବେ ଲାଗୁ କରାଯିବ ଯାହା ଦ୍ୱାରା ଜଣେ ବି ଅନୁପ୍ରବେଶକାରୀ ଭାରତରେ ପ୍ରବେଶ କରି ନପାରନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories