www.samajalive.in
Sunday, December 14, 2025
23.1 C
Bhubaneswar

ରାମାୟଣର ‘ସୀତା’ରୁ ‘ସରୋଜିନୀ’…ସଂଗ୍ରାମୀ ଭୂମିକାରେ ଆସିବେ ଦୀପିକା ଚିଖଲିଆ

ସମାଜ ପୋର୍ଟାଲ ଡେସ୍କ: ରାମାନନ୍ଦ ସାଗରଙ୍କ ଟେଲିଭିଜନ ଧାରାବାହିକ ‘ରାମାୟଣ’ରେ ଦେବୀ ସୀତା ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଦୀପିକା ଚିଖଲିଆ ଆଗାମୀ ଦିନରେ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ ଚରିତ୍ରରେ ଅଭିନୟ କରିବେ। ‘ସରୋଜିନୀ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ ହେବ ପରେ ଏକଥା ଜଣା ପଡିଛି। ପୋଷ୍ଟରରେ, ଦୀପିକା କ୍ୟାମେରାଠାରୁ ଦୂରରେ ଥିବା ପ୍ରଦର୍ଶିତ ହୋଇଛି ଏବଂ ପୃଷ୍ଠପଟରେ ତିନି ରଙ୍ଗ ରହିଛି।

- Advertisement -

ପୋଷ୍ଟରରେ ହିନ୍ଦୀରେ ଲେଖା ଅଛି ‘ସ୍ୱାଧୀନତାର ନାୟିକାଙ୍କର ଏକ ଅବିସ୍ମରଣୀୟ କାହାଣୀ’। କାନୁ ଭାଇ ପଟେଲଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟରରେ ଦୀପିକା ସର୍ବନିମ୍ନ ମେକଅପ୍ ନେଇଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆକାଶ ନାୟକ ଏବଂ ଧୀରଜ ମିଶ୍ର। ୧୯୮୦ ଦଶକରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଟେଲିଭିଜନରେ ଦୀପିକାଙ୍କୁ ଲୋକପ୍ରିୟତାର ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲା। କେବଳ ସେତିକି ନୁହେଁ ଚଳିତ ବର୍ଷ ମଧ୍ୟ ଡ଼ିଡ଼ି-୧ରେ ରାମାୟଣର ପୁନଃ ପ୍ରସାରଣ କରାଯାଇଥିଲା ଏବଂ ଏପ୍ରିଲ ୧୬ ସୁଦ୍ଧା ୭ କୋଟିରୁ ଅଧିକ ଦର୍ଶକ ଏହି ଟିଭି ସୋ ଦେଖିଥିଲେ। ଏହି ଧାରାବାହିକରେ ୭୮ଟି ଏପିସୋଡ୍ ରହିଥିଲା।

ଅଭିନୟକୁ ଫେରିବା ବିଷୟରେ ଦୀପିକା କହିଛନ୍ତି ଯେ ସେ ୨୦୧୨ ଦିଲ୍ଲୀର ଗଣଦୁଷ୍କର୍ମ ପୀଡିତାଙ୍କ ମାତା ଆଶା ଦେବୀଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି ଏବଂ ଏହି ଭୂମିକା ବିଶେଷ ହୋଇଥିବାରୁ ଏହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଲକ ଡାଉନ ପରେ ସେ ଏପରି କିଛି କରିବାକୁ ଚାହିଁବେ ବୋଲି ସେ କହିଛନ୍ତି। କେବଳ ରାମାୟଣରେ ସୀମିତ ନ ରହି, ଆହୁରି ଅନେକ କିଛି ଦେଖାଇବାକୁ ଅଛି ବୋଲି ସେ କହିଛନ୍ତି। କନ୍ନଡ ଓ ବେଙ୍ଗଲୀରେ ତାଙ୍କର ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିଛି ଓ ରାମାୟଣ ବ୍ୟତୀତ ହିନ୍ଦୀ ସିନେମାରେ ସେ ଅଧିକ ଅଭିନୟ କରିବା ଆବଶ୍ୟକ ଥିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories