www.samajalive.in
Saturday, December 13, 2025
26.1 C
Bhubaneswar

ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କଲେ ଦୀପକ

ନୁର ସୁଲତାନ : ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମଲ୍ଲଯୋଦ୍ଧା ଦୀପକ ପୁନିଆ। ନୁର ସୁଲତାନରେ ଆୟୋଜିତ ବିଶ୍ବ କୁସ୍ତି ଚମ୍ପିଆନ୍‌ସିପର ପୁରୁଷ ୮୬ କେଜି ବିଭାଗ ଫାଇନାଲରେ ପ୍ରବେଶ କରି ପୁନିଆ ଆଗାମୀ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିଫାଇନାଲରେ ଦୀପକ ସୁଇଜରଲାଣ୍ଡର ଷ୍ଟିଫାନ୍‌ ରେଇଚମୁଥ୍‌ଙ୍କୁ ୮-୨ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପକ ୨୦୧୬ରେ ବିଶ୍ବ କ୍ୟାଡେଟ୍‌ ଟାଇଟଲ୍‌ ଓ ଗତମାସରେ ଜୁନିୟର ବିଶ୍ବ ଚମ୍ପିଆନ୍ ହୋଇଥିଲେ। ୮୬ ବିଭାଗର କ୍ବାର୍ଟର ଫାଇନାଲରେ ଦୀପକ ୭-୬ ପଏଣ୍ଟରେ କାର୍ଲୋସ୍‌ ଆର୍ଟୁରୋ ମେଣ୍ଡଜ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ମ୍ୟାଚ୍‌ରେ ଦୀପକ ମୂଳରୁ ୩-୬ ପଏଣ୍ଟରେ ପଛୁଆ ରହିଥିଲେ। ତେବେ ଅନ୍ତିମ ଏକ ମିନିଟ୍‌ରେ ଦୀପକ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ଭାବେ ୪ ପଏଣ୍ଟ ହାସଲ କରି ସେମିଫାଇନାଲ ନିମନ୍ତେ ଯୋଗ୍ୟତା ହାସଲ କରିଥିଲେ। ସୂଚନାଥାଉକି ପୂର୍ବରୁ ବିନେଶ ଫୋଗଟ୍‌, ବଜରଙ୍ଗ ପୁନିଆ ଓ ରବି ଦାହିୟା ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

ବିଶ୍ବ କୁସ୍ତି ଚମ୍ପିଆନ୍‌ସିପର ପୁରୁଷ ୬୧ କେଜି ବିଭାଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମଲ୍ଲଯୋଦ୍ଧା ରାହୁଲ ଆୱରେ। ଅନ୍ୟପକ୍ଷରେ ପୁରୁଷ ୭୯ କେଜି ବିଭାଗ କ୍ବାର୍ଟର ଫାଇନାଲରେ ଭାରତର ଜିତେନ୍ଦ୍ର ମଲ୍ଲଯୋଦ୍ଧା ପରାସ୍ତ ହୋଇଛନ୍ତି। ସେହିପରି ୯୭ କେଜି ବିଭାଗରେ ଭାରତର ମୌସମ କ୍ଷତ୍ରି ପ୍ରଥମ ରାଉଣ୍ଡରେ ଆମେରିକାର କେଲି ସ୍ନାଇଡରଙ୍କ ଠାରୁ ପରାସ୍ତ ହୋଇଥିଲେ। ୮୬ କେଜି ବିଭାଗ ପ୍ରଥମ ରାଉଣ୍ଡରେ ଦୀପକ କାଜାଖସ୍ତାନର ମଲ୍ଲଯୋଦ୍ଧା ଆଦିଲେଟ୍‌ ଡାଭଲୁମ୍‌ବାୟେଭ୍‌ଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଦୀପକ ତାଜିକସ୍ତାନର ବାକହୋଦୁର୍‌ କୋଦିରୋଭଙ୍କୁ ୬-୦ ପଏଣ୍ଟରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ। ପୁରୁଷ ୬୧ କେଜି ବିଭାଗର ପ୍ରିକ୍ବାର୍ଟରରେ ରାହୁଲ ତୁର୍କମେନିସ୍ତାନର କେରିମ୍‌ ହୋଜାକୋଭ୍‌ଙ୍କୁ ପରାସ୍ତ କରିଥିବା ବେଳେ କ୍ବାର୍ଟର ଫାଇନାଲରେ କାଜାଖସ୍ତାନର ରସୁଲ୍‌ କାଲିୟେଭ୍‌ଙ୍କୁ ୧୦-୭ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ୭୯ କେଜି ବିଭାଗରେ ଜିତେନ୍ଦ୍ର ପ୍ରଥମ ରାଉଣ୍ଡରେ ମାଲଡୋଭାର ପାସ୍‌କୋଲାଭ୍‌ଙ୍କୁ ୭-୨ ପଏଣ୍ଟରେ ପରାସ୍ତ କରିବା ପରେ ପ୍ରିକ୍ବାର୍ଟରରେ ତୁର୍କୀର ନୁରି କୋଟାନ୍‌ଗ୍ଲୁଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ। ତେବେ କ୍ବାର୍ଟରରେ ଜିତେନ୍ଦ୍ର ସ୍ଲୋଭାକିଆର ସାଲ୍‌କାଜାନୋଭ୍‌ଙ୍କ ଠାରୁ ୦-୪ ପଏଣ୍ଟରେ ପରାସ୍ତ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories