www.samajalive.in
Monday, December 8, 2025
13.1 C
Bhubaneswar

ରାତ୍ରିଭୋଜନ ନିୟମ

ଆମ ମଧ୍ୟରୁ ସଂଖ୍ୟାଧିକ ଲୋକ କୌଣସି ନୀତିନିୟମ ମାନିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯେପରି ଭୋଜନ ସମ୍ପର୍କିତ ଜାଣିବା କଥାକୁ ଅନେକ ଅଣଦେଖା କରନ୍ତି। ଭୋଜନର ପ୍ରକୃଷ୍ଟ ସମୟ ରହିଥିବାବେଳେ ଆବଶ୍ୟକ ପରିମାଣର ଖାଇବା ଦ୍ବାରା ହିଁ ଶରୀର ସୁସ୍ଥ ରହିଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ। ନିକଟରେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ମତରେ ପ୍ରତ୍ୟେକ ବୟସ ତଥା ବର୍ଗର ଲୋକ ଯଥା ଶୀଘ୍ର ରାତ୍ରିଭୋଜନ କରିବା ଉଚିତ। ଏପରି କରିବା ଦ୍ବାରା ପାକସ୍ଥଳୀ ଯଥେଷ୍ଟ ସମୟ ମଧ୍ୟରେ ଖାଦ୍ୟକୁ ଭଲଭାବେ ହଜମ କରାଇପାରେ। ସନ୍ଧ୍ୟା ୭.୩୦ ରୁ ୮ଟା ମଧ୍ୟରେ ରାତ୍ରିଭୋଜନ କରିବା ଆବଶ୍ୟକ। ଗର୍ଭବତୀ ଓ ବୟସ୍କ ଲୋକେ ଏଇ ନିୟମ ପାଳନ କରିବା ନିତାନ୍ତ ଭଲ। ଅନ୍ୟପାଖେ ରାତ୍ରିବେଳା ଯଦି ପରିସ୍ଥିତିରେ ପଡ଼ି ବିଳମ୍ବରେ ଭୋଜନ କରୁଛନ୍ତି, ତେବେ ଆମିଷ ଓ ଗରିଷ୍ଠ ଭୋଜନ ଠାରୁ ଦୂରେଇ ରୁହନ୍ତୁ। ଏହା କୋଲେଷ୍ଟରଲର ସ୍ତର ବଢ଼ାଇବା ସହ ଭଲଭାବେ ନିଦ ହୋଇନଥାଏ।
– ଶୀଘ୍ର ଭୋଜନ କଲେ ଭଲ ନିଦ ହେବା ସହ ଯଥା ସମୟରେ ନିଦ ଭାଙ୍ଗେ। ଅଳସୁଆ ଲାଗେନି ଓ ଫୂର୍ତ୍ତି ମଧ୍ୟ ଲାଗେ।
– ଜଙ୍କଫୁଡ୍ କ୍ବଚିତ୍ ରାତ୍ରିବେଳା ଖାଇନେଲେ ତାହା ସେତେ କୁପ୍ରଭାବ ପକାଏ ନାହିଁ, କିନ୍ତୁ ନିୟମିତ ଖାଇବା ଅନୁଚିତ।
– ଶୀଘ୍ର ରାତ୍ରିଭୋଜନ କଲେ ଯଦି ବା ପୁଣି ଭୋକ ଲାଗୁଛି, ତେବେ କଦଳୀ ଖାଇ ନିଅନ୍ତୁ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories