ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ରେଞ୍ଜ ଅନ୍ତର୍ଗତ ବେଲଗୁଣ୍ଠା ଗାଁରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉକ୍ତ ମହିଳା ଜଣଙ୍କ ଅନ୍ୟ ଏକ ମହିଳାଙ୍କ ସହ ଶୌଚ ପାଇଁ ଗାଁ ନିକଟକୁ ଯାଇଥିଲେ। ସେହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ସେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ସୂଚନା ମିଳିଛି।
Popular Categories



