www.samajalive.in
Thursday, December 11, 2025
16.1 C
Bhubaneswar

୬ ଜଣିଆ ଆନ୍ତଃଜିଲା ଚୋର ଗ୍ୟାଙ୍ଗ୍ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲା ପୁଲିସକୁ ମିଳିଛି ବଡ଼ ସଫଳତା। ୬ ଜଣିଆ କୁଖ୍ୟାତ ଆନ୍ତଃଜିଲା ଚୋର ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ। ଏମାନଙ୍କ ନିକଟରୁ ବହୁ ପରିମାଣର ବୈଦ୍ୟୁତିକ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, କମ୍ପ୍ୟୁଟର, ପ୍ରିଣ୍ଟର, ଚାରୋଟି ସ୍କୁଟି, ଗୋଟିଏ ମୋଟର ସାଇକେଲ, ସୁନା କାନଫୁଲ, ସୁନା ଚୁଡ଼ି, ୧୩ଟି ଏଲଇଡି ଟିଭି, ୩ ଟି ଲାପଟପ, ଇନଭର୍ଟର ବ୍ୟାଟେରୀ, ଇନଭର୍ଟର ମେସିନ ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରିଛି ପୁଲିସ। ଏହା ବ୍ୟତୀତ ଏହି ଗ୍ୟାଙ୍ଗ ନିକଟରୁ ବିଭିନ୍ନ ନାମୀଦାମୀ କମ୍ପାନୀର ଟେବୁଲ ଫ୍ୟାନ, ଡିଜେ ସାଉଣ୍ଡ ବକ୍ସ, ଡିଜେ ଲାଇଟ ଓ ରେଳ ଧାରଣାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ଦୀର୍ଘ ତିନି ବର୍ଷ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଅନଗୁଳ ଜିଲାରେ ଆତଙ୍କ ଖେଳାଇଥିଲା। ଏହି ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ୬୪ଟି ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏମାନଙ୍କୁ ଗିରଫ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ଏକ ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗ ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଓ ଘରଗୁଡିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର। ଏମାନଙ୍କ ନାଁରେ ଢେଙ୍କାନାଳ ଜିଲାର କଙ୍କଡାହାଡ଼ ଥାନାରେ ୮ଟି, ପରଜଙ୍ଗରେ ୧୪, କାମାକ୍ଷାନଗରରେ ୧୩, ତୁମୁସିଙ୍ଗା ୩, ରାସୋଳ ୬ ଏବଂ ଅନଗୁଳ, ଖମାର ଓ ପାଳଲହଡା ଥାନା ଅଧୀନରେ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ଜଣାପଡିଛି। ଗିରଫ ହୋଇଥିବା ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଜୟ ପରିଡା ସମେତ ଅନ୍ୟ ସହଯୋଗୀ ବିରାସ ବେହେରା, ଅଞ୍ଜନ ବେହେରା, ସତ୍ୟବାନ ପ୍ରଧାନ, କାଁହୁ ନାଏକ, ପ୍ରକାଶ ନାଏକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ କେଉଁମାନେ ଏହି ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି। ଏହି ପ୍ରେସମିଟରେ କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ, କାମାକ୍ଷାନଗର, ପରଜଙ୍ଗ, କଙ୍କଡାହାଡ଼ ଓ ତୁମୁସିଙ୍ଗା ଥାନା ଅଧିକାରୀଙ୍କ ସମେତ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories