www.samajalive.in
Monday, December 8, 2025
27.1 C
Bhubaneswar

ଦେଶବାସୀଙ୍କୁ କ୍ଷମା ମାଗିଲେ ନୀରଜ ଚୋପ୍ରା; ଦେଖନ୍ତୁ ଭିଡିଓରେ କ’ଣ କହିଲେ?

ସମାଜ ଡିଜିଟାଲ ଡେସ୍କ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍‌ ନୀରଜ ଚୋପ୍ରା ନିଜର ଭଦ୍ର ଏବଂ ସରଳ ବ୍ୟକ୍ତିତ୍ଵ ପାଇଁ ସର୍ବତ୍ର ପରିଚିତ। ଗତ ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ସ୍ଵର୍ଣ୍ଣ ପଦକ ଭେଟି ଦେଇଥିଲେ। ଏଥର କିନ୍ତୁ ପାକିସ୍ତାନୀ କ୍ରୀଡ଼ାବିତ ଅରଶଦ ନଦୀମ ବାଜି ମାରିନେଇଥିଲେ। ହେଲେ ଏଥିରେ ଅଦୌ ଅସନ୍ତୁଷ୍ଟ ହୋଇ ନ ଥିଲେ ନୀରଜ। ବରଂ ସେ ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ନଦୀମଙ୍କୁ ତୁରନ୍ତ ଶୁଭେଚ୍ଛା ଜଣାଇଥିଲେ।

- Advertisement -

ନିଜର ବ୍ୟକ୍ତିତ୍ଵ ପାଇଁ ଚର୍ଚ୍ଚାରେ ରହିଆସିଥିବା ନୀରଜଙ୍କର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏକ ଉତ୍ସବରେ ଯୋଗଦେବା ଅବସରରେ ସେ ଅତି ଭଦ୍ରତା ସହକାରେ ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରୁଛନ୍ତି। ତେବେ କ୍ଷମାପ୍ରାର୍ଥନାର କାରଣ ହେଉଛି ଚଳିତ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ। ଭିଡିଓରେ ନୀରଜ ନିଜର ରୌପ୍ୟ ପଦକକୁ ଦେଖାଇ କହୁଛନ୍ତି, ଅଧିକ କିଛି କହିବାକୁ ନାହିଁ, କିନ୍ତୁ ମୁଁ କିଛି ଆଣିଛି ତୁମମାନଙ୍କୁ ଦେଖାଇବାକୁ। ମୁଁ ଦୁଃଖିତ, ଗତଥର ପରି ଏଥର ଜାତୀୟ ସଙ୍ଗୀନ ବାଜିଲାନି। ଯାହା ମୁଁ ଭାବିଥିଲି, ତାହା ହେଲାନାହିଁ। କିନ୍ତୁ ପଦକ ତ ପଦକ। ମୁଁ କଠିନ ପରିଶ୍ରମ କରିଥିଲି ଏବଂ ଦେଶ ପାଇଁ ଏକ ପଦକ ଜିତିଛି। ନୀରଜଙ୍କ ଏପରି ବାର୍ତ୍ତା ଉତ୍ସବରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କୁ ଭାବବିହ୍ବଳ କରିଦେଇଥିଲା। ନୀରଜ ହେଉଛନ୍ତି ଏକମାତ୍ର ଭାରତୀୟ କ୍ରୀଡ଼ାବିତ୍‌, ଯିଏକି ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories