ବେଙ୍ଗାଲୁରୁ : କର୍ଣ୍ଣାଟକର କୋପ୍ପାଲ ଜିଲାସ୍ଥିତ ଏକ ଅଙ୍ଗନବାଡି କେନ୍ଦ୍ରରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରୀ ନିର୍ଦେଶ ମୁତାବକ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଭୋଜନରେ ଅଣ୍ଡା ଦିଆଯିବା ବାଧ୍ୟତାମୂଳକ। ସଂପୃକ୍ତ ଅଙ୍ଗନବାଡି କେନ୍ଦ୍ରର ଦୁଇ ପରିଚାରିକା ପ୍ରଥମେ ପିଲାଙ୍କ ଥାଳିରେ ଅଣ୍ଡା ପରଷିଥାନ୍ତି। ତେବେ ଫଟୋ ଉଠିଲା ପରେ ସେମାନେ ପ୍ରତ୍ୟେକ ପିଲାଙ୍କ ଥାଳିରୁ ସେହି ଅଣ୍ଡାଗୁଡିକୁ ପୁଣି ଫେରାଇ ନେଇଯାନ୍ତି। ଏ ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଲକ୍ଷ୍ମୀ ଓ ସେହନାଜ ନାମ୍ନୀ ଦୁଇ ପରିଚାରିକାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।
फोटोशूट के लिए पहले बच्चों को दिए अंडे फिर लिए वापस, आंगनवाड़ी स्कूल का हैरान कर देने वाला मामला (VIDEO)#Karnataka #Anganwadi #Aganwadiworker #VideoViral #VIDEO #NewsUpdates pic.twitter.com/Kt4VoaKcZZ
— Nidhi solanki🇮🇳 (@iNidhisolanki) August 10, 2024



