www.samajalive.in
Wednesday, December 10, 2025
14.1 C
Bhubaneswar

କଳା ବାଇକ ଆତଙ୍କ, ମାଉଜର ଓ ଖଣ୍ଡା ଦେଖାଇ ୮୦ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର – ମାଉଜର ଓ ଖଣ୍ଡା ଦେଖାଇ ଲୁଟିନେଲେ ୮୦ ହଜାର ଟଙ୍କା । ଢେଙ୍କାନାଳ ମହୁଲପାଳ ପଂଚାୟତର ଜଡ଼ାପାଳ ଛକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଥିବା ଜଙ୍ଗଲ ରାସ୍ତାରେ କଳା ବାଇକରେ ଦୁର୍ବୁର୍ତ୍ତ ଜଣଙ୍କଠାରୁ ଗୁରୁବାର ମାଉଜର ଓ ଖଣ୍ଡା ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଥିବାର କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି l

ସୂଚନା ଅନୁଯାୟୀ ଜ୍ଞାନରଞ୍ଜନ କାମାକ୍ଷାନଗର ଅଂଚଳର ବିଭିନ୍ନ ଔଷଧ ଦୋକାନ ରୁ ୮୦ହଜାର ଟଙ୍କା ଅସୁଲ କରି ଢେଙ୍କାନାଳ ଫେରୁଥିଲେ । ଜଡ଼ା ପାଳ ଛକ ନିକଟସ୍ଥ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଆଗ ଜଙ୍ଗଲ ରାସ୍ତା ରେ ଦୁଇ ଜଣ ଯୁବକ ଏକ କଳା ବାଇକ ରେ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଏକ ମାଉଜର ଓ ଖଣ୍ଡା ଦେଖାଇ ଟଙ୍କା ଛଡାଇ ନେଇ ପଳାଇଥିବା ଅଭିଯୋଗ ହୋଇଛି | ଏ ନେଇ ଜ୍ଞାନରଞ୍ଜନ କାମାକ୍ଷା ନଗର ଥାନା ରେ ଲିଖିତ ଏତେଲା ଦେଇଛନ୍ତି l ଏହି ଏତେଲା କ୍ରମେ ପୁଲିସ ଘଟଣା ପହଞ୍ଚି ତଦନ୍ତ ଚଳାଇଥିବାର ଜଣାଯାଇଛି |

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories