ବିଦ୍ୟୁତ୍ ବିଭ୍ରାଟ, ସରକାରଙ୍କ ବିଫଳତାକୁ ନେଇ ସାଧାରଣରେ ଅସନ୍ତୋଷ
ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଆଇନ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ରୋକିବାରେ ବିଦ୍ୟୁତ୍ ବିତରଣ କମ୍ପାନୀ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିନିକା ବିଦ୍ୟୁତ୍ ଉପଖଣ୍ଡ ଅଞ୍ଚଳରେ ଦୈନନ୍ଦିନ ସର୍ବାଧିକ ବିଦ୍ୟୁତ୍ ବିଭ୍ରାଟ ସମସ୍ୟାକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। କାରଣ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଯୋଗାଣ କରୁଥିବା ଟାଟା ପାୱାର କମ୍ପାନୀ ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନରେ ବ୍ୟାପକ ଅବହେଳା ସହ ଏହି କ୍ଷେତ୍ରରେ ବାରମ୍ବାର ବିଫଳତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି।
ସରକାରଙ୍କ ଘୋଷଣା ଏବଂ ନିର୍ଦ୍ଦେଶ ଅନୁସାରେ କମ୍ପାନୀ ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ କରିବା ତ ଦୂରର କଥା କିନ୍ତୁ କୌଣସି କାରଣରୁ ବିଦ୍ୟୁତ୍ ବିଭ୍ରାଟ ହେଲେ ସେଠାରେ ଓଲଟା ନିଜେ ଅଧିକାରୀ ସମସ୍ୟାର ସମାଧାନ ଲାଗି ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିନିକା ଉପଖଣ୍ଡ ଅଞ୍ଚଳରେ ବର୍ଷର ସର୍ବାଧିକ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏପରି ସ୍ଥିତିର ସୁଧାର ନେଇ କେହି ଅଧିକାରୀ କିମ୍ବା କର୍ମଚାରୀ ମାନେ ଧ୍ୟାନ ଦେଉନଥିବାରୁ ଅଞ୍ଚଳରେ ସ୍ବାଭାବିକ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଉପୁଜିଛି ବୋଲି କୁହା ଯାଉଛି। ଦୈନନ୍ଦିନ ବିଶେଷକରି ରାତିରେ ବିଦ୍ୟୁତ୍ ବିଭ୍ରାଟ ହେଲେ ଲୋକଙ୍କ ସମସ୍ୟା ଆହୁରି ଦ୍ବିଗୁଣିତ ହୋଇ ଯାଉଛି। କିନ୍ତୁ ସେତେ ବେଳକୁ କେହି ଜଣେ ହେଲେ ଅଧିକାରୀ କିମ୍ବା କର୍ମଚାରୀ ମାନେ ଏହାର ସୁଧାର ଲାଗି ସରକାର ଏମାନଙ୍କ ଉପରେ କୌଣସି ପ୍ରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଉ ନଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ତମାମ ମହାଦେବପାଲି ସେକ୍ସନ ଅଞ୍ଚଳର ସେଲେଡି ଗ୍ରୀଡ଼ରୁ ଦୈନନ୍ଦିନ ରାତିରେ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଉପୁଜିଛି। ଫଳରେ ଲୋକେ ଅସହ୍ୟ ଗରମରେ ଅତିଷ୍ଠ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। ତେବେ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ ଏନେଇ ବିନିକା ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ କିମ୍ବା ସେକ୍ସନ ଅଧିକାରୀ ଏଥିପ୍ରତି କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ସାଧାରଣରେ ତୀବ୍ର ସମାଲୋଚନା କରା ଯାଉଛି। ତେଣୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।
Comments are closed.