www.samajalive.in
Saturday, December 13, 2025
21.1 C
Bhubaneswar

ଝାରସୁଗୁଡା ଓ ମୁମ୍ବଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର 

ଭୁବନେଶ୍ବର : ଝାରସୁଗୁଡା ଓ ମୁମ୍ବଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ଯେ, ମୋଦୀ ସରକାରଙ୍କ ଉଡାନ ଯୋଜନା ସାଧାରଣ ଜନତାଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି। ପଶ୍ଚିମ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦର ପ୍ରତିଷ୍ଠା ଯୋଗୁଁ ଏହି ଯୋଜନାରେ ଓଡିଶା ମଧ୍ୟ ଲାଭାନ୍ୱିତ ହୋଇଛି। ତେବେ ପଶ୍ଚିମ ଓଡିଶାବାସୀଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ଓ ଝାରସୁଗୁଡା ମଧ୍ୟରେ ସିଧାସଳଖ ବିମାନ ସେବା ସ୍ଥାପନ ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

- Advertisement -

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପୂର୍ବରୁ ସ୍ପାଇଶଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ୟ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହୋଇଥିଲେ। ଏହାବ୍ୟତିତ ସ୍ପାଇଶଜେଟ୍ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି। ଯଦ୍ୱାରା ଦେଶର ଉତ୍ତରପୂର୍ବ ଏବଂ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ ହୋଇଛି। ମୁମ୍ବଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି। ତେଣୁ ଏଥର ଦେଶର ବାଣିଜ୍ୟିକ ସହର ସହ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ସମୟ ଆସିଛି ଏବଂ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଧର୍ମେନ୍ଦ୍ର ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

 

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories