www.samajalive.in
Friday, December 12, 2025
27.1 C
Bhubaneswar

ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ନିର୍ଭୟ ହେବା ଦରକାର:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ସମାଜରେ ନିର୍ଭୟ ହେବା ଦରକାର। ବିଶେଷଭାବରେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣକ ନିର୍ଭୟ ହେବା ଦରକାର। ନିର୍ଭୟ ବାଣୀରେ ନୁହେଁ ବରଂ ମନରେ ହେବା ଦରକାର। ଏହି ମର୍ମରେ ଓଡ଼ିଶାରେ ପ୍ରଜାତନ୍ତ୍ରରେ ସମାଲୋଚନାର ବଡ ଆବଶ୍ୟକତାକୁ ପୂରଣ କରିବା ଦିଗରେ ‘ନିର୍ଭୟ’ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶନିବାର ଓଡ଼ିଶାର ଦୈନିକ ଖବରକାଗଜ ‘ନିର୍ଭୟ’ର ସପ୍ତମ ବାର୍ଷିକ ଉତ୍ସବରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଶ୍ରୀମନ୍ଦିରର ବିକାଶ ପାଇଁ ସାମୂହିକ ଉଦ୍ୟମ, ମହାତ୍ମା ଗାନ୍ଧିଙ୍କ ବିଚାରଧାରା ଏବଂ ଏହାର ପ୍ରାସଙ୍ଗିକତା, ପରିବେଶ ସୁରକ୍ଷା, ସାମଜକୁ ଆଗେଇ ନେବାରେ ସମସ୍ତଙ୍କ ପ୍ରଚେଷ୍ଟା ଓ କରୋନା ସମୟରେ ଭାରତର ଥିବା ଦାୟିତ୍ୱ ପ୍ରସଙ୍ଗରେ ନିଜର ମତ ରଖିବା ସହ କହିଛନ୍ତି ଯେ ମୂଲ୍ୟବୋଧଭିତିକ ସାମ୍ବାଦିକତାର ଜାଗ୍ରତ ପ୍ରହରି ଏବଂ ନିର୍ଭୀକ ଭାବରେ ପ୍ରଜାତନ୍ତ୍ରରେ ସମାଲୋଚନାକୁ ଗୁରୁତ୍ୱ ଦେଉଥିବା ନିର୍ଭୟ ଦୀର୍ଘ ୭ ବର୍ଷ ଧରି ନିରନ୍ତର ସଂଘର୍ଷ କରି ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିପାରିଛି।

ମହାପ୍ରଭୁଙ୍କ କ୍ଷେତ୍ର ତଥା ୮୦୦ ବର୍ଷର ଶ୍ରୀମନ୍ଦିରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କାମ ଆରମ୍ଭ ହୋଇଛି। ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ପାଇଁ ଜନଆନ୍ଦୋଳନର ଆବଶ୍ୟକତା ଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦରେ ସମଗ୍ର ହିନ୍ଦୁ ତଥା ସାଢେ ୪ କୋଟି ଓଡ଼ିଆ ଲୋକ ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବା ଦରକାର। ସାମ୍ପ୍ରତିକ ସମୟରେ ପରିବେଶର ସୁରକ୍ଷା ନେଇ ପରିବେଶବିତ୍ ମାନେ ଚିନ୍ତାପ୍ରକଟ କରିଛନ୍ତି । ମାତ୍ର ଏହି ପରିବେଶର ସୁରକ୍ଷା ପାଇଁ ମହାତ୍ମା ଗାନ୍ଧିଜୀ ଦୀର୍ଘ ୧୫୦ ବର୍ଷ ପୂର୍ବରୁ ଭାରତୀୟତାର ମୂଲ୍ୟବୋଧରେ ପରିବେଶ ପାଇଁ ସ୍ୱଚ୍ଛତାର ଜନଆନ୍ଦୋଳନ ତିଆରି କରିଥିଲେ। ଗାନ୍ଧିଜୀଙ୍କ ଏହି ବିଚାରଧାରା ଲମ୍ବା ସମୟ ଧରି ଆମକୁ ପ୍ରେରଣା ଦେବ। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ସ୍ୱାବଲମ୍ବୀ, ସ୍ୱାଭିମାନୀ, ଆତ୍ମନିର୍ଭର କରିବାର ଗୋଟିଏ ସର୍ତ ସମସ୍ତଙ୍କୁ ଉଦ୍ୟମୀ ହେବାକୁ ପଡ଼ିବ। ସମାଜର ଦାୟିତ୍ୱ କେବଳ ନିଜ ବିଷୟରେ ଭାବିବା ନୁହେଁ ବରଂ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ହିଁ ମୂଳ ଦାୟିତ୍ୱ। ସମସ୍ତେ ନିଜର ମୂଳ ଦାୟିତ୍ୱ ପୂରଣ କଲେ ହିଁ ସମାଜ, ସମଷ୍ଟି, ସମୂହର ସଂସ୍କାର ପ୍ରଜ୍ଜ୍ୱଳିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories