www.samajalive.in
Friday, December 5, 2025
26.1 C
Bhubaneswar

ଘରେ ଘରେ ଅରୁଣିମା; ସେପ୍ଟେମ୍ବର ମାସର କାର୍ଯ୍ୟସୂଚୀ ସମସ୍ତ ଜିଲାକୁ ପ୍ରେରଣ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏହି ସମୟରେ ଖେଳକୁଦ, ନୃତ୍ୟ, ଗୀତ, ଚିତ୍ରାଙ୍କନ, ଛବିବହି ପଠନ, ଗଳ୍ପ କଥନ ଆଦି ମାଧ୍ୟମରେ ଶିଶୁମାନଙ୍କ ସୃଜନାତ୍ମକ ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘‘ଘରେ ଘରେ ଅରୁଣିମା କାର୍ଯ୍ୟକ୍ରପ ଜାରି ରହିଛି । ପ୍ରତ୍ୟେକ ମାସ ପାଇଁ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଶିକ୍ଷା ପ୍ରଦାନ କରାଯାଉଛି ।
ଘରେ ଘରେ ଅରୁଣିମାର ଅଗଷ୍ଟ ମାସର ବିଷୟବସ୍ତୁ ‘ମୋ ଶରୀର ଉପରେ ଆଧାରିତ ଥିଲା । ସେପେଫମ୍ବର ପାସର ବିଷୟବସ୍ତୁ ‘ପଶୁ ପକ୍ଷୀ ରଖାଯାଇଛି ଓ ଏହା ନୂଆ ଅରୁଣିମା ପୁସ୍ତକର ତୃତୀୟ ବିଷୟବସ୍ତୁ । ଘରେ ଘରେ ଅରୁଣିମା କ୍ୟାଲେଣ୍ଡରରେ କୋଭିଡ-୧୯ ମହାମାରୀ ସମୟରେ ନିଜର ତଥା ଅନ୍ୟମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ଅନ୍ୟାନ୍ୟ ଉତ୍ତମ ଅଭ୍ୟାସ ସହ ‘ପଶୁ ପକ୍ଷୀଙ୍କ ସମ୍ବନ୍ଧିତ ଧାରଣା ପ୍ରଦାନ କରାଯାଇଅଛି । ବିଭିନ୍ନ ପଶୁ ପକ୍ଷୀ ସମ୍ବନ୍ଧରେ ଗୀତ, ଗପ, ଖେଳ, ଚିତ୍ର ଓ ଅଭିନୟ ସଂଗୀତ ମାଧ୍ୟମରେ ଶିକ୍ଷା ଦାନ କଲେ ଏହା ବିଶେଷ କୌତୁହଳପ୍ରଦ ହେବ । ତେଣୁ ମାତାପିତା ଓ ଅଭିଭାବକମାନେ ଘରେ କିପରି ଉତ୍ତର ଦାୟିତ୍ୱବୋଧତାର ସହିତ ଏକ ଆନନ୍ଦପୂର୍ଣ୍ଣ ବାତାବରଣ ଭିତରେ ଶିଶୁକୁ ଶିକ୍ଷା ପ୍ରଦାନ କରି ପାରିବେ ତାହା ‘‘ଘରେ ଘରେ ଅରୁଣିମା କ୍ୟାଲେଣ୍ଡରରେ ପ୍ରଦତ୍ତ ହୋଇଛି ।
ଯେଉଁ ମାତାପିତା/ଅଭିଭାବକମାନଙ୍କର ଆଣ୍ଡ୍ରଏଡ୍‌ (Android) ଫୋନ୍‌ ଓ ଇଣ୍ଟରନେଟ୍‌ (Internet) ସୁବିଧା ଅଛି, ସେପାନଙ୍କୁ ହ୍ୱାଟସଆପ୍‌ (Whatsapp) ମାଧ୍ୟମରେ ଘରେ ଘରେ ଅରୁଣିମାର ସେପ୍ଟେମ୍ବର ମାସର କ୍ୟାଲେଣ୍ଡର ପ୍ରଦାନ କରାଯିବ ଏବଂ ସେମାନଙ୍କୁ ୟୁଟ୍ୟୁବ୍‌ (Youtube) ଲିଙ୍କ୍‌ ଦିଆଯିବ । ଯେଉଁ ମାତାପିତା/ଅଭିଭାବକମାନଙ୍କର ଆଣ୍ଡ୍ରଏଡ୍‌ (Android) ଫୋନ୍‌ ସୁବିଧା ନାହିଁ, ସେମାନଙ୍କୁ ଏ-୩ କାଗଜରେ ଛପା ଯାଇଥିବା ରଙ୍ଗୀନ୍‌ କପି (Colour photocopy)) ‘ଘରେ ଘରେ ଅରୁଣିମାର ସେପ୍ଟେମ୍ବର ମାସର କ୍ୟାଲେଣ୍ଡର ପ୍ରଦାନ କରାଯିବ । ସେପ୍ଟେମ୍ବର ମାସର ୭ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କର ପରିବାର ଏହା ପ୍ରାପ୍ତ ହୋଇଛନ୍ତି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ ଏ ବାବଦରେ ଏକ ସାର୍ଟିଫିକେଟ୍‌ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ପ୍ରେରଣ କରିବେ ଓ ହ୍ୱାଟସଆପ୍‌ (Whatsapp)ରେ ମଧ୍ୟ ଅଙ୍ଗନବାଡି କର୍ମୀମାନେ ଏହା ପଠାଇ ଥିବାର ସୂଚନା ପ୍ରଦାନ କରିବେ । ବିଶେଷ ସୂଚନା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି େୱବ୍‌ସାଇଟ୍‌ରେ ମଧ୍ୟ ସେମାନେ ସମସ୍ତ ତଥ୍ୟ ଦେଖି ପାରିବେ ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories