www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, କେଉଁ ସମୟରେ ଦାନ କରିବା ଦ୍ବାରା ସୁଖଶାନ୍ତି ପ୍ରାପ୍ତି ହୁଏ

ହିନ୍ଦୁ ଧର୍ମରେ ଦାନକୁ ଶୁଭ ବୋଲି କୁହାଯାଇଛି। ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଦାନର ଶୁଭ ଫଳ ସମ୍ବନ୍ଧରେ ସମସ୍ତଙ୍କୁ ଜଣା ଅଛି। ବେଳେବେଳେ ଦାନ ଦ୍ବାରା କିଛି କ୍ଷତି ହୋଇଥାଏ। ସଠିକ ଉପାୟରେ ଦାନ ନ କରିବା ଦ୍ବାରା ଖରାପ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା କିପରି ଭାବେ ଦାନ କରିବା ଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ..

ବାସ୍ତୁଶାସ୍ତ୍ରରେ ଦାନ କରିବାର କିଛି ନିୟମ ରହିଛି। ଜନ୍ମ ଜାତକରୁ ଗ୍ରହମାନଙ୍କ ଦୋଷ ଦୂର କରିବା ପାଇଁ ଦାନ କରାଯାଇଥାଏ। ଗ୍ରହମାନଙ୍କୁ ଶାନ୍ତ କରିବା ପାଇଁ ଦାନ କରିବା ନିତାନ୍ତ ଆବଶ୍ୟକ।

- Advertisement -

କୌଣସି ପୂଜାପାଠ, ବ୍ରତ ଓ ଉପବାସ ପରେ ଭୋଜନ ଓ ବସ୍ତ୍ର ଦାନ କରିବା ଉଚିତ। ଏହା କରିବା ଦ୍ବାରା ଆପଣ କରିଥିବା ବ୍ରତ ଓ ପୂଜାରେ ସଫଳତା ମିଳିବ।

କୌଣସି ଶପଥ କିମ୍ବା ପ୍ରତିଜ୍ଞା ନେବା ଦ୍ବାରା କାର୍ଯ୍ୟରେ ସଫଳତା ମିଳିଲେ ଦାନ ନିଶ୍ଚିନ୍ତ କରିବା ଉଚିତ। ଏପରି କରିବା ଦ୍ବାରା ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।

ବିଭିନ୍ନ ସମୟରେ ଓ ବିଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ପଦାର୍ଥ ଦାନ କରାଯିବାର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାତକରେ ଗ୍ରହମାନଙ୍କ ପ୍ରଭାବ ଠିକ ଥିଳେ କେବେ ବି ଦାନ କରନ୍ତୁ ନାହିଁ। ଏହା ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories