ଶ୍ରୀମନ୍ଦିର ପରିସରରୁ ଉଠାଦୋକାନ ଉଚ୍ଛେଦ ପ୍ରତିବାଦରେ ଗଣଧାରଣା

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧି ମଧ୍ୟରେ ରହିଥିବା ବିଭିନ୍ନ ମଠ, କୋଠା ଓ ଉଠାଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଆଧାରରେ କିଛିଦିନ ହେବ ପ୍ରଶାସନ ପକ୍ଷରୁ ହେବ ଶ୍ରୀମନ୍ଦିର ପରିସରରୁ ବିଭିନ୍ନ ମଠ ଓ ଦୋକାନ ଆଦିର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏନେଇ ପ୍ରଶାସନ, ଦୋକାନୀ ଓ ସାଧୁମାନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିସରରୁ ଉଠାଦୋକାନୀମାନଙ୍କୁ ହଟାଇବାକୁ ସରକାର ନେଇଥିବା ଏହି ନିଷ୍ପତ୍ତି ପ୍ରତିବାଦରେ ସି.ପି.ଆଇ.(ଏମ୍‍) ପୁରୀ ପକ୍ଷରୁ ବୁଧବାର ଗଣଧାରଣା ଦିଆଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟକ ଲୋକ ଏହି ଧାରଣାରେ ସାମିଲ ହୋଇଛନ୍ତି।

Comments are closed.