www.samajalive.in
Saturday, December 6, 2025
23.1 C
Bhubaneswar

ବକେୟା ୩ ମାସର ଦରମା ଦାବୀରେ ଧାରଣାରେ ବସିଲେ ଠିକା ବିଦ୍ୟୁତ କର୍ମଚାରୀ

ନବରଙ୍ଗପୁର: ବକେୟା ୩ ମାସର ଦରମା ଦାବୀରେ ନବରଙ୍ଗପୁର ସ୍ଥାନୀୟ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣାରେ ବସିଛନ୍ତି ନବରଙ୍ଗପୁର ଠିକା ବିଦ୍ୟୁତ କର୍ମଚାରୀ।

ନବରଙ୍ଗପୁର ଡିଭିଜନ ସମ୍ପାଦକ ଜେ ରାମରାଜୁ ଏବଂ ସହ ସମ୍ପାଦକ ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ମୋଟ ୨୧୩ ଜଣ ଠିକା କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ଏହି ଧାରଣାରେ ବସିଛନ୍ତି । ଡିଭିଜନ ସମ୍ପାଦକ ଶ୍ରୀ ରାମରାଜୁଙ୍କ କହିବାନୁଯାୟୀ ଏହି ଠିକା କର୍ମଚାରୀମାନଙ୍କୁ ୩ମାସ ହେବ ଦରମା ଦିଆଯାଇନାହିଁ । ଗତ ଜାନୁଆରୀ ମାସରେ ଏଜେନ୍ସିଗୁଡିକ ଏହି ଠିକା କର୍ମଚାରୀ ମାନଙ୍କୁ ୪ମାସର ଦରମା ବକେୟା ଥିବା ବେଳେ ଦୁଇ ଥର କରି କେବଳ ୨ମାସର ଦରମା ଦେଇଥିଲେ । ଏବଂ ଦରମା ଦେବା ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ୩୧ ତାରିଖ ସୁଦ୍ଧା ବଳକା ଟଙ୍କା ପ୍ରଦାନ କରାଯିବ ବୋଲି କିନ୍ତୁ ସେବେଠାରୁ ଆଉ ଦରମା ଦିଆଯାଇନାହିଁ । ଗତ ଅଗଷ୍ଟ ମାସ ଠାରୁ ଦରମା ଦିଆଯାଇନଥିଲା । ନିୟମିତ ଦରମା ମିଳୁନଥିବା ବେଳେ ପ୍ରତି ମାସରେ ଦରମା ପାଇଁ ଦାବି କଲେ ସେହିସମୟରେ ୪ମାସର ଥିବା ବେଳେ ଦୁଇଥର କରି କେବଳ ୨ ମାସରହିଁ ଦରମା ଦେଇ କର୍ତ୍ତୃପକ୍ଷ ଆମ ମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ ସଂଘ । କୁଶଳୀ କର୍ମଚାରୀ ୧୦ ହଜାର ୪ସହ ଓ ଅଣ କୁଶଳୀ କର୍ମଚାରୀ ୭ ହଜାର ୭ ସହ ଟଙ୍କା ଦରମାରେ ଏହି କର୍ମଚାରୀ ମାନେ ଦରମା ନ ପାଇ ନିଜ ନିଜ ପିଲା ଛୁଆ ନେଇ ପରିବାର ଚଳାଇବା ବହୁ କଷ୍ଟକର ହୋଇ ପଡୁଛି । ତେଣୁ ବକେୟା ଦରମା ଟଙ୍କା ପ୍ରଦାନ କରିବା ପରେ ହିଁ ସେମାନେ ଧାରଣରୁ ହଟିବେ ବୋଲି କହିଛନ୍ତି । ସେହିଭଳି ସମାନ କାମକୁ ସମାନ ଦରମା ଓ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରାଯାଉ ବୋଲି ଦାବି କରିଛନ୍ତି । ଏ ସମ୍ପର୍କରେ ସାଉଥକୋ ନିର୍ବାହି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କୁ ଭେଟିବାରୁ ସେ କହିଛନ୍ତି ଯେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି ୨ ରୁ ୩ଦିନ ମଧ୍ୟରେ ଏହି ଠିକା କର୍ମଚାରୀମାନେ ସେମାନଙ୍କ ଜାନୁଆରୀ ମାସ ପର୍ୟ୍ୟନ୍ତ ବକେୟା ଦରମା ଟଙ୍କା ପାଇଯିବେ ବୋଲି କହିଛନ୍ତି । ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଙ୍ଘର ଡ଼ାକରାରେ ନବରଙ୍ଗପୁର ଡିଭିଜନର କୁଶଳୀ ଓ ଅଣ କୁଶଳୀ କର୍ମଚାରୀମାନେ ନବରଙ୍ଗପୁର ସାଇଥକୋ ଡିଭିଜନ ନିର୍ବାହି ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ଆଗରେ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି।

- Advertisement -

ଏହି ଧାରଣାରେ ନବରଙ୍ଗପୁର ଡିଭିଜନ ସମ୍ପାଦକ ଜେ ରାମରାଜୁ, ସହ ସମ୍ପାଦକ ରମାକାନ୍ତ ମହାନ୍ତି, ଡିଭିଜନ ଅର୍ଗାନାଇଜର ରଶ୍ମିରଞ୍ଜନ ମିଶ୍ର, କଷାଧ୍ୟକ୍ଷ ସୁଧାଂଶୁ ପ୍ରଧାନ, ସେକ୍ସନ ଅର୍ଗାନାଇଜର ଜ୍ୟୋତି ରଞ୍ଜନ ନାୟକ, ସବ୍ଡିଭିଜନ ସମ୍ପାଦକ ଶୁଭେନ୍ଧୁ ରାଉତ ପ୍ରମୁଖଙ୍କ ସମେତ ବହୁ ଠିକା ବିଦ୍ୟୁତ କର୍ମଚାରୀ ସାମିଲ ହୋଇଥିଲେ ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories