www.samajalive.in
Monday, December 8, 2025
24.1 C
Bhubaneswar

ଚଳିତ ବର୍ଷ ଧନତେରସରେ କରନ୍ତୁ ଏହି ଉପାୟ

କାର୍ତ୍ତିକ ମାସରେ ଦୀପାବଳି ପର୍ବ ପୂର୍ବରୁ ପାଳନ ହୋଇଥାଏ ଧନତେରସ। ଏହିଦିନ କିଛି ଜିନିଷ କିଣିବାର ସ୍ୱତନ୍ତ୍ର ନୀତିନିୟମ ରହିଛି। ମାନ୍ୟତା ଅନୁଯାୟୀ ଏହିଦିନ କିଛି ଜିନିଷ କିଣିବା ଦ୍ୱାରା ତାହାର ଶୁଭଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଏପରି କିଛି ଉପାୟ ବର୍ଣ୍ଣନା କରାଯାଇଛି, ଯାହାର ପାଳନ ଦ୍ୱାରା ଘରେ ଧନସମ୍ପତ୍ତି ଓ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ଧନତେରସରେ କରନ୍ତୁ ଏହି ଉପାୟ….
– ଧନତେରସ ଦିନ ସନ୍ଧ୍ୟାରେ ଏକ ଦୀପ ନିଶ୍ଚୟ ଲଗାନ୍ତୁ। ଏହା ନିକଟରେ ଏକ କଉଡି ରଖନ୍ତୁ। ଏହାପରେ କଉଡିଟିକୁ ଆଣି ଲାଲ କପଡାରେ ଗୁଡାଇ ନିଜ ଟଙ୍କାପଇସା ରଖିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଘରେ କଦାପି ଟଙ୍କାପଇସାର ଅଭାବ ହୋଇନଥାଏ।
– ୧୦୮ ଥର କୁବେର ଦେବତାଙ୍କ ମନ୍ତ୍ର ଜପ କରନ୍ତୁ।
– ଧନତେରସ ଦିନ ଚାନ୍ଦିର ଟଙ୍କାରେ ସହ ଗୋଟା ହଳଦୀ ପୂଜା କରିବା ଦ୍ୱାରା ଜୀବନରେ ଖୁବ ଉନ୍ନତି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଥାଏ।
– ଏହିଦିନ କୌଣସି କିନ୍ନରଙ୍କ ହାତରୁ ଟଙ୍କା ନେଇ ନିଜ ପର୍ସରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରେ ଖୁବ ସଫଳତା ମିଳିବ। ଟଙ୍କାର ଅଭାବ ରହିବ ନାହିଁ।
ଏହିଦିନ ଓ ଦୀପାବଳି ଦିନ ଶ୍ରୀଯନ୍ତ୍ରର ପୂଜା କରନ୍ତୁ। ଏହାଦ୍ୱାରା ଟଙ୍କାର ଆଦୌ ଅଭାବ ହୋଇନଥାଏ। ଶ୍ରୀଯନ୍ତ୍ରର ପୂଜା କରିବା ଦ୍ୱାରା ଗୃହରେ ସୁଖ-ସମୃଦ୍ଧି ଓ ବୈଭବର ଆଗମନ ହୋଇଥାଏ। ମା’ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories