ଧାମରା: ଧାମରା ନିକଟସ୍ଥ ଯଶୀପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନଶିକ୍ଷକ ଶଶିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ସରପଞ୍ଚ ପ୍ରମିଳା ମାଝୀ, ମୁଖ୍ୟବକ୍ତା ଭାବେ ସମିତିସଭ୍ୟ ଶ୍ରୀବତ୍ସ ଦାସ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମୁଲ୍ୟ ଜେନା,ଉପସଭାପତି ସୁଶାନ୍ତ ଦତ, ସଭ୍ୟ ପ୍ରଶାନ୍ତ ବଳ, ସିଆରସିସି ରବିନ୍ଦ୍ର ନନ୍ଦୀ, ମୋସ୍କୁଲ କମିଟି ସଭ୍ୟ କୁଞବିହାରୀ ମାଝୀ, ପୂର୍ବତନ ଛାତ୍ର ଅଧର ଦାସ, କବି ସୁବାଷ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରଶାନ୍ତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ବିଦ୍ୟାଳୟ ପରିଚାଳନା କମିଟି ଓ ମୋସ୍କୁଲ କମିଟିରସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ।
Popular Categories



