ପ୍ଲାଷ୍ଟିକ ପ୍ରଦୁଷଣର ସମାଧାନ ପାଇଁ ସମସ୍ତେ ସଜାଗ ହୋଇପାରିଲେ ପରିବେଶ ପ୍ରଦୁଷଣ ସମସ୍ୟାର ସମାଧାନ ହୋଇ ପାରିବ
ଧାମରା: ବିଶ୍ୱ ପରିବେଶ ଦିବସ ଅବସରରେ ଧାମରା ତଥା ଚାନ୍ଦବାଲି ଅଂଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପରିବେଶ ବିତ ତଥା ବୃକ୍ଷପ୍ରେମୀ ଶରତ ଦଳେଇ ଆହ୍ୱାନ ଦେଇଛନ୍ତି। ଆଜିର ଏହି ଅବସରରେ ସେ ଧାମରା ଅଂଚଳକୁ ସବୁଜ ସୁନ୍ଦର କରି ଗଢି ତୋଳିବା ତଥା ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ ଦେବା ସହ ଧାମରା ବସଷ୍ଟାଣ୍ଡ ତଥା ଦୋସିଙ୍ଗା ଅଂଚଳରେ କିଛି ବୃକ୍ଷ ରୋପଣ କରିବା ସହ ସାଧାରଣ ବୃକ୍ଷପ୍ରେମୀମାନଙ୍କୁ ଏହି ଦିଗରେ ସାହାଯ୍ୟ ଏବଂ ସହଯୋଗ କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ଆଜିର ଏହି ବିଶ୍ୱ ପରିବେଶ ଦିବସ ଅବସରରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ଜନସାଧାରଣ ଙ୍କ ମଧ୍ୟରେ ପରିବେଶ ସଚେତନତା ପାଇଁ ସଚେତନତାର ଅଭାବ ରହିଛି ଏଥିସହ ପ୍ଲାଷ୍ଟିକ ପ୍ରଦୁଷଣର ସମାଧାନ ପାଇଁ ସମସ୍ତେ ସଜାଗ ହୋଇ ପାରିଲେ ପରିବେଶ ପ୍ରଦୁଷଣ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ରଖିଥିଲେ।
ଏହି ବିଶ୍ୱ ପରିବେଶ ଦିବସ ଅବସରରେ ଧାମରା ଥାନାର ସେକେଣ୍ଡ ଅଫିସର ନନ୍ଦ କୁମାର ମାଝୀ,ମହେନ୍ଦ୍ର କୁମାର ନାୟକ, ପରିବେଶବିତ ଶରତ କୁମାର ଦଳେଇ, ପ୍ରଶାନ୍ତ କୁମାର ନାୟକ, ଦୁଖିରାମ ମାଝୀ, ସତ୍ୟରଞ୍ଜନ ବାରିକଙ୍କ ସହ ବିଦ୍ୟାଳୟର କୁନୀକୁନୀ ଛୁଆ ମାନେ ମଧ୍ୟ ଯୋଗ ଦେଇଥିଲେ। ଆଜିର ଏହି ଦିବସ ଅବସରେ ଧାମରା ସବୁଜ ବାହିନୀ ଗଠନ କରାଯାଇଥିଲା। ଆଗାମୀ ଦିନରେ ଧାମରା ଅଂଚଳକୁ ସବୁଜ ବନାନୀରେ ପରିଣତ କରିବା ସହ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଉକ୍ତ ବାହିନୀ ବିଭିନ୍ନ ଜନହିତକର କାର୍ଯ୍ୟ କରିବେ ବୋଲି ପରିବେଶବିତ ଶରତ ଦଳେଇ ସୁଚନା ଦେଇଥିଲେ।
Comments are closed.