www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚାୟତସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଧାମରା: ବଇଁଚା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପଞ୍ଚୁଟିକ୍ରି ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପଞ୍ଚୁଟିକ୍ରି ସେବା ସମବାୟ ସମିତର ସଭାପତି ରମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ମଣ୍ଡଳ ସହକାରୀ ନିବନ୍ଧକ (ସମବାୟ ସମିତି)ର ସଦାନନ୍ଦ ବେହେରା ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ସହାକରୀ ନିବନ୍ଧକ ଭଦ୍ରକ,ସତ୍ୟପ୍ରକାଶ ସେଠୀ, ସମ୍ମାନୀତ ଅତିଥି ଭାବେ ସମବାୟ ନିରୀକ୍ଷକ ଆଲୋକ ବଲ୍ଲଭ ସାହାଣୀ, ଇତିରେଖା ମଲିକ ପ୍ରମୁଖ ଯୋଗ ଦେଇ ରାଜ୍ୟ ବିକାଶ କ୍ଷେତ୍ରରେ କିପରି ସମବାୟ ଅନୁଷ୍ଠାନ ଗୁଡିକ ଦୀର୍ଘ ଏକ ଶତାବ୍ଦୀ ଧରି ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିବା ସହ ରାଜ୍ୟର କୃଷକ ଏବଂ ଦୁର୍ବଳ ଶ୍ରେଣୀ ଜନସାଧାରଣଙ୍କ ସାମଜିକ ଓ ଆର୍ଥିକ ବିକାଶରେ ସହାୟକ ହୋଇ ପାରିଛି ସେ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସମବାୟ ଆଜି ଭଳି ଦିନରେ ୩୨ଲକ୍ଷରୁ ଅଧିକ ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଯୁଗ୍ମଦେୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୂମିହୀନ ତଥା ଭାଗଚାଷୀ ମାନଙ୍କୁ ରୂଣ ଦେଇ ସେମାନଙ୍କୁ ଆର୍ଥିକ ସହାୟତ ଯୋଗାଇ ପାରିଛି ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଆଜିର ଏହି କର୍ମଶାଳାରେ ଦୋସିଙ୍ଗା ସେବା ସମବାୟ ସମିତିର କାଳିପଦ ମାଇତି ଅତିଥି ପରିଚୟ ପ୍ରଦାନ କରିଥିଲେ।

- Advertisement -

ପଞ୍ଚୁଟିକ୍ରି ସେବା ସମବାୟ ସମିତିର ପୂର୍ବତନ ସଭାପତି ନିବାସ ନାୟକ, ସଂପାଦକ ରବିନ୍ଦ୍ର ପାଢୀ, ଭଦ୍ରକ ବାଲେଶ୍ୱର ସମବାୟ ବ୍ୟାଙ୍କ ଧାମରାର ଶାଖା ପରିଚାଳକ ତପନ କୁମାର ଦାସ, ଅଜୟ କୁମାର ବଳ, ସନାତନ ବିଶ୍ୱାଳ, ବିଚିତ୍ରାନନ୍ଦ ସେଠୀ, ପ୍ରମୋଦ ନାୟକ, ଅଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ କରଞ୍ଜମାଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଜୟନ୍ତ ବେହୁରା ପଞ୍ଚୁଟିକ୍ରି ସେବା ସମବାୟ ସମିତିର ସଦସ୍ୟ ଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଜନିତ ବୀମାରାଶି ବାବଦରେ ଜୟନ୍ତ ବେହୁରାଙ୍କ ପତ୍ନୀ ସ୍ୱର୍ଣପ୍ରଭା ବେହୁରାଙ୍କୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ସନାତନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories