www.samajalive.in
Sunday, December 14, 2025
16.1 C
Bhubaneswar

ସ୍କୁଲ ନିକଟରୁ ମଦ ଦୋକାନ ହଟାଇବାକୁ ଦାବି କଲେ ଅଞ୍ଚଳବାସୀ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ କରିବାକୁ ଦାବି ଜୋର ଧରିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ୨୦୨୧ ମସିହାରେ କଇଥଖୋଲା ବଜାର ଠାରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ନୂତନ ଭାବେ ଖୋଲା ଯାଇଥିଲା । ଏହି ମଦ ଦୋକାନଟି କଇଥଖୋଲା ବଜାର ଠାରେ ଥିବା ୩ଟି ବିଦ୍ୟାଳୟର ସମ୍ମୁଖରେ ଖୋଲା ଯାଇଥିଲା । ଏହି ମଦ ଦୋକାନ ଖୋଲାଯିବା ପରେ ୩ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିବା ସହ ଏହି ମଦ ଦୋକାନ ଆଗରେ ମଦ୍ୟପଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହି ମଦ୍ୟପ ମାନଙ୍କ ଦୌରାତ୍ମ୍ୟରେ କୋମଳ ବୟସର ଛାତ୍ରଛାତ୍ରୀ ମାନେ ମଦ୍ୟପ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କିଛି  ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ନିଜର ପୁଅ ଝିଅ ମାନଙ୍କୁ ସେହି ବିଦ୍ୟାଳୟରୁ ଟିସି ଆଣି ଅନ୍ୟ ବିଦ୍ୟାଳୟରେ ଆଡମିଶନ ମଧ୍ୟ କରାଇବାକୁ ବାଧ୍ୟ ହୋଇଛନ୍ତି ।

ଫଳରେ କଇଥଖୋଲା ଅଂଚଳର ବୁଦ୍ଧିଜୀବୀ ମାନେ ଏହି ମଦ ଦୋକାନ ସ୍ଥାନାନ୍ତରଣ କରିବାକୁ ଭଦ୍ରକ ଜିଲ୍ଲାପାଳ ,ଅବକାରୀ ବିଭାଗ ଏସ ପି , କେନ୍ଦ୍ରାଂଚଳ ରାଜସ୍ୱ ଆୟୋଗ ଏବଂ ଅବକାରୀ ମନ୍ତ୍ରୀଙ୍କ ନିକଟରେ ଲିଖିତ ଦାବି ଜଣାଇଛନ୍ତି । ଏଥିସହ ଧାମରା ଅଂଚଳର ଏକ ବେସରକାରୀ ସଂସ୍ଥା ସେସଡୋ ମଧ୍ୟ ଏହି ଦୋକାନ ସ୍ଥାନାନ୍ତରଣ କରିବା ସହ ଅଂଚଳରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛି । ଆଗାମୀ ୧ ମାସ ମଧ୍ୟରେ ଏହି ମଦ ଦୋକାନ ସ୍ଥାନାନ୍ତରଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହ ପିଲା ମାନଙ୍କର ଅଭିଭାବକ ମାନେ ନିଜର କୁନି କୁନି ପିଲାମାନଙ୍କୁ ସେହି ବିଦ୍ୟାଳୟକୁ ଆଉ ଛାଡିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତାହା ସହ ଏହି ଘଟଣାରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories