www.samajalive.in
Saturday, December 6, 2025
19.1 C
Bhubaneswar

ଚାକିରି ଦେବାକୁ କହି ୧୦ଲକ୍ଷ ଲୁଟିଥିବା ଯୁବକକୁ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଧାମରା : ଚାକିରି କରାଇ ଦେବାକୁ କହି ୧୦ ଲକ୍ଷ ଲୁଟିଥିବା ଯୁବକକୁ କାବୁ କରି ବାଂଶଡା ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅଧିନସ୍ତ ନୂଆଗାଁ ଇଛାପୁର ଗ୍ରାମର ୨୪ ଜଣ ଯୁବକ ଜଣ କରି ୪୦ହଜାର କରି ସମୁଦାୟ ୯ଲକ୍ଷ ୬୦ହଜାର ଟଙ୍କା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅର୍ନ୍ତଗତ କାଙ୍କଡିଆ ଗ୍ରାମର ଦେବବ୍ରତ ଜେନାକୁ ଦେଇଥିଲେ। ସଂପୃକ୍ତ ଦେବବ୍ରତ ୧ ବର୍ଷ ହେବ ଏହି ଯୁବକ ମାନଙ୍କୁ ବିଦେଶରେ ଚାକିରି କରାଇଦେବ ବୋଲି ଠକି ଚାଲିଥିଲା। ଦୀର୍ଘ ୧ବର୍ଷ ହେବ ୧୦ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ଆଜି ନୁହେଁ କାଲି ତୁମ ମାନଙ୍କର ଭିସା ,ପାସପୋର୍ଟ ଆସିବ ବୋଲି କହି ଗଡାଇ ଚାଲିଥିଲା।
ଗତକାଲି ସଂପୃକ୍ତ ଯୁବକ ଜଣକ କିଛି ନକଲି ଭିସା ଏବଂ ନିଯୁକ୍ତି ପତ୍ର ଆଣି ଟଙ୍କା ଦେଇଥିବା ଯୁବକ ମାନଙ୍କୁ ଡାକି ନୂଆଗାଁ ଇଛାପୁରରେ ଦେଇଥିଲା। କୌଣସି ସୂତ୍ରରୁ ଏହା ନକଲି ବୋଲି ଜାଣିବା ପରେ ନୂଆଗାଁ ଇଛାପୁର ଗ୍ରାମବାସୀ ଏବଂ ସଂପୃକ୍ତ ଯୁବକ ମାନେ ଦେବବ୍ରତକୁ କାବୁ କରି ଏକ ଘରେ ଚାବି ପକାଇ ରଖିବା ସହ ବାଂଶଡା ପୁଲିସକୁ ଖବର ଦେଇଥିଲେ। ବାଂଶଡା ପୁଲିସ ସେହି ସ୍ଥାନରେ ପହଂଚି ଅଟକ ରହିଥିବା ଦେବବ୍ରତକୁ ବାଂଶଡା ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାଯାଇଛି। ଏହି ସୂତ୍ରରେ ବିଦେଶରେ ଚାକିରି କରାଇ ଦେବାକୁ କହି ଅର୍ଥ ଆଦାୟ କରୁଥିବା ସଂସ୍ଥାର ଏହି ଚେର ଚାନ୍ଦବାଲିରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଏବଂ ଭୁବନେଶ୍ୱରକୁ ଲମ୍ବିଥିବା ସନ୍ଦେହ କରାଯାଉଛି। ତୁରନ୍ତ ଏହାର ବିଦ୍ଧିବଦ୍ଧ ତଦନ୍ତ ହେଲେ ଏହି ଠକ ସଂସ୍ଥା ବିରୁଦ୍ଧରେ ବହୁତ କିଛି ଅଜଣା ସତ୍ୟ ବାହାରକୁ ଆସିବା ସହ ବିଦେଶରେ ଚାକିରୀ କରିବା ମୋହରୁ ସାଧାରଣ ଜନତା ବର୍ତିଯାଇ ପାରନ୍ତେ ବୋଲି ଚର୍ଚା ଚାଲିଛି । ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଦେବବ୍ରତ ବାଂଶଡା ଥାନାରେ ଅଟକ ଥିବା ବେଳେ ଠକାମିର ଶିକାର ହୋଇଥିବା ଯୁବକ ଅଥବା ସେମାନଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ସଂପୃକ୍ତ ଥାନାଧିକାରୀ ଦେବରାଜ ଜେନା ଲିଖିତ ଅଭିଯୋଗ ଅପେକ୍ଷାରେ ରହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories