www.samajalive.in
Sunday, December 7, 2025
26.1 C
Bhubaneswar

ଆସିଲା ନୂଆ ନିର୍ଦ୍ଦେଶାବଳୀ, ଏଣିକି ରାଲିରେ ନାବାଳକ ନଜର ଆସିଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ :୨୦୨୪ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୋମବାର ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଚାରରେ ପିଲା ଏବଂ ନାବାଳକଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି । ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି କି ସାଧାରଣ ନିର୍ବାଚନ ପ୍ରଚାରରେ ପୋଷ୍ଟର ମାରିବା, ବ୍ୟାନର ଧରିଥିବା ନଜର ଆସିବା କିମ୍ବା ପାର୍ଟି ଆଦିରେ ନାବାଳକ ନାରା ଲଗାଉଥିବା ଯେମିତି ନଜର ନଆସେ ।

ନିର୍ବାଚନ ଆୟୋଗଙ୍କ କହିବାନୁସାରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ବା ନିର୍ବାଚନ ଅଭିଯାନ ଗତିବିଧିରେ ପିଲା ସାମିଲ ହେବା ବିଲକୁଲ ବି ବରଦାସ୍ତ କରାଯିବନି । ଏହି ଗାଇଡଲାଇନ୍ ଅନୁସାରେ କୌଣସି ବି ଉପାୟରେ ପିଲାଙ୍କୁ ରାଜନୀତି ଅଭିଯାନରେ ସାମିଲ କରିବା, ସେମାନଙ୍କ ଦ୍ବାରା ପୋଷ୍ଟର ବାଣ୍ଟିବା କିମ୍ବା ନାରା ଲଗାଇବା ଉଚିତ୍ ନୁହେଁ । ଯଦି କୌଣସି ବି ଦଳ ଏଭଳି କରେ ତେବେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories