www.samajalive.in
Saturday, December 13, 2025
21.1 C
Bhubaneswar

ନ୍ୟାୟ ପାଇଁ ରେଳପଥରେ ମତ୍ସ୍ୟଜୀବୀ ପରିବାର; ରେଳ ଚଳାଚଳ ବାଧାପ୍ରାପ୍ତ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡାଠାରେ ଶତାଧିକ ମତ୍ସ୍ୟଜୀବୀ ପରିବାର ନିଜର ହକ୍ ପାଇଁ ଶୁକ୍ରବାର ସକାଳ ୯ଟାରୁ ଧାମରା ଭଦ୍ରକ ରେଳପଥରେ ଧାରଣରେ ବସିଛନ୍ତି। ଖବର ଅନୁଯାୟୀ, ଧାମରା ରେଳପଥ ଦୋହରୀକରଣ ପାଇଁ ଠିକା ନେଇଥିବା କେଇସି କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ନଦୀ, ନାଳ, ଜୋରକୁ ବନ୍ଦ କରିଦେଇଛନ୍ତି। ଫଳରେ ୨ଟି ମତ୍ସ୍ୟଜୀବୀ ସଂଘ ଚାନ୍ଦବାଲି ତହସିଲରୁ ଲିଜ୍ ନେବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନୀ ପାଇଁ ନିଜର ଜୀବିକା ନିର୍ବାହ କରିପାରୁ ନାହାନ୍ତି। ଏହି ବାବଦରେ ସମ୍ପୃକ୍ତ ମତ୍ସ୍ୟଜୀବୀ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଅବଗତ କରାଇଥିବା ବେଳେ କୌଣସି ନ୍ୟାୟ ନ ମିଳିବାରୁ ଶତାଧିକ ମତ୍ସ୍ୟଜୀବୀ ଆଜି ଏହି ଧାରଣାରେ ସାମିଲ ହୋଇଛନ୍ତି। ସକାଳ ୯ଟାରୁ ଏହି ଧାରଣା ଚାଲିଥିବାରୁ ଭଦ୍ରକ ଧାମରା ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories