www.samajalive.in
Friday, December 12, 2025
14.1 C
Bhubaneswar

ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି ରାସ୍ତା ସଂପ୍ରସାରଣ

ଧାମରା : ଧାମରା-ଜାମୁଝାଡି ରାସ୍ତା ସଂପ୍ରସାରଣ ଚାଲିଥିବାବେଳେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅଞ୍ଚଳବାସୀଙ୍କ ପାଇଁ କାଳ ହୋଇ ପଡିଛି। ଏହି ୬୦ କି.ମି ରାସ୍ତା ଧାମରା ଅଞ୍ଚଳର ମେରୁଦଣ୍ଡ ସଦୃଶ ହୋଇଥିବା ବେଳେ ଏହି ରାସ୍ତାକୁ ନେଇ ଧାମରା ବନ୍ଦର ବହୁ ଆଶା ବାନ୍ଧି ରହିଛି। ଧାମରା ପ୍ରତିରକ୍ଷା ଘାଟି ଆଗାମୀ ଦିନରେ ଅଗ୍ନି ସିରିଜ କ୍ଷେପଣାସ୍ତ୍ର ଆଡଭାନ୍ସ ଭର୍ସନ ନିର୍ମାଣ କରିବା ପାଇଁ ଆଶା ରଖିଛି। ଏହି ରାସ୍ତା ପାର୍ଶ୍ବରେ ଥିବା ଅଙ୍ଗନବାଡି କେନ୍ଦ୍ର , ବିଦ୍ୟାଳୟ ପରିସର ଏବଂ ଶ୍ରେଣୀ ଗୃହ ଗୁଡିକ ଧୂଳି ଧୂଆଁରେ ଧୁସରିତ ହୋଇ ପଡିଛି । ଧୂଳି ଏବଂ ଧୂଆଁର ମାତ୍ରା ଏତେ ବଢିଯାଇଛି ଯେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ସେମାନଙ୍କ ପିଲା ମାନଙ୍କୁ ଅଙ୍ଗନବାଡି ଏବଂ ବିଦ୍ୟାଳୟକୁ ଛାଡିବେନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣ କରୁଥିବା କମ୍ପାନୀର ବାୟ ପ୍ରଦୁଷଣ ଆଶାତୀତ ଭାବରେ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ୟୁଏମଏସଏଲ କମ୍ପାନୀ ରାସ୍ତା ନିର୍ମାଣ ସମୟରେ ଏହି ନିର୍ମାଣଧୀନ ଧାମରା- ବାସୁଦେବପୁର ରାସ୍ତାର ନିର୍ମାଣ ସମୟରେ ଏହି ରାସ୍ତାରେ ପାଣି ସିଞ୍ଚନ ଏବଂ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ବାୟୁ ପ୍ରଦୁଷଣକୁ ଦୃଷ୍ଟି ଦେବ ବୋଲି ଏହି ରାଜିନାମରେ ଲିପିବଦ୍ଧ ହୋଇଥିଲା। ଏଥିସହ ଏହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡି ଗୁଡିକର ସର୍ବୋଚ୍ଚ ଗତିସୀମା ଘଣ୍ଟାପ୍ରତି ୨୦କି.ମି ରହିବ ଲେଖା ରହିଛି। ମାତ୍ର ଏହି ସମସ୍ତ ଲିଖିତ ପ୍ରତିଶ୍ରୁତି କେବଳ କାଗଜ କଲମ ଏବଂ ସାଇନବୋର୍ଡରେ ସିମୀତ ହୋଇ ରହିଯାଇଛି। ଅନ୍ୟ ପକ୍ଷରେ ଏହି ବାୟୁ ପ୍ରଦୁଷଣ ବଢି ଚାଲିଥିବା ବେଳେ ଏହି ରାସ୍ତା ପାର୍ଶ୍ବରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ପରିସର ଏବଂ ଶ୍ରେଣୀ ଗୃହ ଗୁଡିକ ଧୂଳି ଏବଂ ଧୂଆଁରେ ଧୁସରିତ ହୋଇ ପଡିଛି। ଫଳରେ ଏହି ଶିକ୍ଷାଦାନ କେନ୍ଦ୍ରକୁ ଆସୁଥିବା ଛୋଟ ଛୋଟ କୋମଳମତୀ ବାଳକ ବାଳିକା ଏବଂ ଛାତ୍ରଛାତ୍ରୀ ମାନେ ଫୁଶଫୁଶ ଜନିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ ବୋଲି ଧାମରା ଅଞ୍ଚଳର ଏକ ଏନଜିଓ ସଂସ୍ଥା (ସେସଡୋ)ର ସଂପାଦକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ସେ ନେଇ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହା ଫଳରେ ଏହି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କରେ ଦିନକୁ ଦିନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ କମିବାରେ ଲାଗିଛି ଏବଂ ସେମାନଙ୍କର ପିତାମାତା ଆଉ ଶିକ୍ଷାନୁଷ୍ଠାନକୁ ଛାଡିବେ ନାହିଁ ବୋଲି ମଧ୍ୟ ମତପୋଷଣ କରିଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଏନଜିଓ(ସେସଡୋ)ର ସଂପାଦକ ଏବଂ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories