www.samajalive.in
Saturday, December 6, 2025
26.1 C
Bhubaneswar

ଧାମରା ବନ୍ଦରରେ କ୍ରେନ ଖସି ଶ୍ରମିକ ମୃତ୍ୟୁ ଅଭିଯୋଗ ; ବନ୍ଦର ପରିସରରେ ଉତ୍ତେଜନା

ଧାମରା : ଧାମରା ବନ୍ଦରରେ ସୋମବାର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।  ଘଟଣାରୁ ଜଣାଯାଇଛି ଆଜି ଭୋର ସମୟରେ ଧାମରା ବନ୍ଦର ମଧ୍ୟରେ ଥିବା ଏଲଏନଜି ଟର୍ମିନାଲ ପ୍ରୋଜେକ୍ଟ ସାଇଟରେ ହାଇଡ୍ରୋକାର୍ବନ ପ୍ଲାଣ୍ଟରେ ଏକ କ୍ରେନ ଜଣେ ଶ୍ରମିକଙ୍କ ଉପରେ ଖସିପଡିଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ମୁର୍ଶିଦାବାଦ ଅଞ୍ଚଳରେ ଓ ତାଙ୍କ ନାମ ସେକ ସଲିମ।

ତେବେ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିୟୋଜିତ ଠିକାଦାର ଜିୟୋ ଷ୍ଟ୍ରକଚରର କୌଣସି ଅଧିକାରୀ ଆହତ ଶ୍ରମିକଙ୍କୁ ମେଡିକାଲକୁ ନେଇ ନଥିଲେ । ଅନ୍ୟପକ୍ଷରେ ସଲିମ ମୃତ୍ୟୁର ଦୀର୍ଘ ୨ଘଣ୍ଟା ପରେ ବନ୍ଦର ଠିକାଦାର ଜିୟୋ ଷ୍ଟ୍ରକଚର ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ମୃତ ଶ୍ରମିକକୁ ଉଦ୍ଧାର କରିଥିଲେ। ବନ୍ଦର କର୍ତ୍ତୃପକ୍ଷ ଓ ଠିକାଦାର ସଂସ୍ଥା ଶ୍ରମିକର ମୃତଦେହକୁ ଗାୟବ କରିଛନ୍ତି ବୋଲି ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତ ରାଏ କହିଛନ୍ତି। ତେବେ ମୃତ ଶ୍ରମିକଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ସହ ଜଣଙ୍କୁ ନିଯୁକ୍ତି ଦେବାକୁ ସେ ମଧ୍ୟ ଦାବୀ ଜଣାଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ମୃତ ଶ୍ରମିକର କିଛି ଠିକଣା ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ନାହିଁ ଏବଂ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ହିସାବ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ସମସ୍ତ ଶ୍ରମିକଙ୍କ ହିସାବ ଆମ ପାଖରେ ନାହିଁଁ ବୋଲି ଜିଲ୍ଲା ଶ୍ରମ ଅଧିକାରିଣୀ ଜସ୍ମିନ ସାହୁ ମତ ପୋଷଣ କରିଛନ୍ତି । ଖବର ଲେଖା ହେବା ବେଳକୁ ଧାମରା ବନ୍ଦର ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ଶ୍ରମିକ ମାନେ ଧାରଣା ଦେବାକୁ ସଜବାଜ ହେଉଥିବା ଜଣାଯାଇଛି । ବନ୍ଦରର ମାନବସମ୍ବଳ ବିଭାଗର ମିହିର କର ଏ ବିଷୟରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ବନ୍ଦରର ଭିପି ଜଗତ ପରିଜା ଏଇଟା ଆମର ଘର କଥା ତେଣୁ ଅଯଥା ଏ କଥାରେ ମୁଣ୍ଡ ଖେଳାଇବା ଜରୁରୀ ନୁହେଁ ବୋଲି କହି ଫୋନ କାଟି ଦେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories