www.samajalive.in
Friday, December 5, 2025
26.1 C
Bhubaneswar

ସମ୍ବଲପୁରର ବିଭିନ୍ନ ଦେବୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ପବିତ୍ର ମହାଳୟା ତିଥିରେ ଗୁରୁବାର ମା’ ସମଲେଶ୍ୱରୀଙ୍କ ସମେତ ସମ୍ବଲପୁରର ବିଭିନ୍ନ ଦେବୀ ମନ୍ଦିରମାନଙ୍କରେ ଦେବୀ ମାନେ ଧବଳମୁଖୀ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କରୋନା ସଙ୍କଟ ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଧାର୍ମିକ ରିତିନିତି ଓ ନିତ୍ୟ ପୂଜାର୍ଚ୍ଚନା ଜାରି ରହିଛି।

- Advertisement -

ଏହି କ୍ରମରେ ମହାଳୟା ତିଥିରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ମନ୍ଦିର କମଳି ବଜାର ସ୍ଥିତ ପାଟଣେଶ୍ୱରୀ, ଦଲେଇପଡା ସ୍ଥିତ ବାଟମଙ୍ଗଳା, ରେମେଡ ସ୍ଥିତ ଦୁର୍ଗା ମନ୍ଦିର, ନକ୍ସାପାଲି ସ୍ଥିତ ସମଲେଇ ମନ୍ଦିର ମାନଙ୍କରେ ନିରାଡମ୍ବର ଭାବରେ ମା’ ମାନଙ୍କୁ ଧବଳମୁଖୀ ବେଶ କରାଯାଇ ସୁସଜ୍ଜିତ କରାଯାଇଛି। ଧାର୍ମିକ ମାନ୍ୟତା ଅନୁଯାୟୀ ମା’ ମାନଙ୍କର ଧବଳମୁଖୀ ଦର୍ଶନ ଦ୍ୱାରା ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ।

ଏଥି ପାଇଁ ବୁଧବାର ରାତ୍ରିରୁ ସମସ୍ତ ମନ୍ଦିର ମାନଙ୍କରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମନ୍ଦିର ପରିସର ଗୁଡିକ ସଫେଇ କରାଯାଇ ଗୁରୁବାର ପ୍ରାତଃ କାଳରୁ ମହାନଦୀରୁ ଜଳ ଅଣାଯାଇ ମା’ ମାନଙ୍କୁ ସ୍ନାନ କରାଯାଇଥିଲା। ଏହା ପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମା’ଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା। ଏହା ପରେ ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନିତିରେ ବିନା ଭକ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ମା’ ପାଟଣେଶ୍ୱରୀ ମନ୍ଦିରରେ ପୂଜକ ରମେଶ ପୂଜାରୀ, ଦଧିବାବନ ପଣ୍ଡା, ଦଳେଇପଡା ସ୍ଥିତ ମା’ ବାଟମଙ୍ଗଳା ମନ୍ଦିରରେ ପୂଜକ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ରେମେଡର ଦୁର୍ଗା ମନ୍ଦିରର ପୂଜକ ଦିଲ୍ଲୀପ ଚୌବେ ଓ ନକ୍ସପାଲିରେ ପୂଜକ ନାରଦ ଝାଙ୍କରଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ଓ ସମସ୍ତ ନିତିବିଧି ପାଳିତ ହୋଇଯାଇଛି। ସାଧାରଣତଃ ପ୍ରତି ବର୍ଷ ଧବଳମୁଖୀ ଦର୍ଶନ ପାଇଁ ପ୍ରାତଃ ସମୟରୁ ଦେବୀ ମନ୍ଦିର ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ ଚଳିତ ବର୍ଷ କରୋନା ସଙ୍କଟ ଯୋଗୁଁ ଭକ୍ତ ମାନେ ଡିଜିଟାଲ ମାଧ୍ୟମରେ ମା’ ଙ୍କ ଧବଳମୁଖୀ ଦର୍ଶନ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories