www.samajalive.in
Monday, December 8, 2025
24.1 C
Bhubaneswar

ସୁଆଦିଆ ଢାବା ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୪ ରୁ ୫ ଚାମଚ
ଦହି – ୩ ଚାମଚ
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ୧ ଚାମଚ
କାଶ୍ମୀର ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଜିରା ଗୁଣ୍ଡ – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଟା ମସଲା – ୨ଟି ତେଜପତ୍ର, ଗୋଲମରିଚ, ଜାଇତ୍ରିଫଳ, ଅଳେଇଚ, ଗୁଜୁରାତି, ଲବଙ୍ଗ, ଡ଼ାଲଚିନି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ କୁକର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ୨ଟି ତେଜପତ୍ର, ଗୋଲମରିଚ, ଜାଇତ୍ରିଫଳ, ଅଳେଇଚ, ଗୁଜୁରାତି, ଲବଙ୍ଗ, ଡ଼ାଲଚିନି ପକାଇ ଭାଜନ୍ତୁ। ଭାଜିବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ମାଂସ , ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପାଣି ଦେଇ ୩ ରୁ ୪ଟି ସିଟି ଦିଅନ୍ତୁ। ସିଟି ହେବା ପରେ କୁକରର ଢାଙ୍କୁଣୀ ବାହାର କରି ଦହି , କାଶ୍ମୀର ଲଙ୍କା ଗୁଣ୍ଡ, ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ମିନିଟ ପରେ ଗ୍ୟାସରୁ କାଢି ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏହା ପରେ ଧନିଆ ପତ୍ର , ଅଳ୍ପ ବଟର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଢାବା ମଟନ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories