ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀର ଗସ୍ତ କରିବାର ଦିନକ ପରେ ସେନାମୁଖ୍ୟ ବିପିନ ରାୱତ ଶୁକ୍ରବାର ଏଠାକୁ ଗସ୍ତ କରୁଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେନାମୁଖ୍ୟଙ୍କ ଏହା ପ୍ରଥମ ଗସ୍ତ। ବିପିନ ରାୱତ ଘାଟିରେ ସୁରକ୍ଷା ବ୍ୟବସ୍ଥା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତିର ସମୀକ୍ଷା କରିବେ। ଗତ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତ କରିଥିଲେ। ଏହି ଅବସରରେ ସେ ପାକିସ୍ତାନକୁ କଡ଼ା ଚେତାବନୀ ଦେବା ସହିତ କାଶ୍ମୀର ସବୁବେଳେ ଭାରତର ଏକ ଅଂଶ ରହିଆସିଛି ଏବଂ ଆଗକୁ ରହିବ ବୋଲି କହିଥିଲେ। କାଶ୍ମୀର କେବେ ବି ପାକିସ୍ତାନର ନ ଥିଲା ବୋଲି ରାଜନାଥ କହିଥିଲେ। ଭାରତ ଜାମ୍ମୁ-କାଶ୍ମୀର ଉପରେ ନିଜ ଆଭିମୁଖ୍ୟରେ କଠୋର ରହିଆସିଛି। ବିଶ୍ଵ ସମୁଦାୟ ପାକିସ୍ତାନକୁ ଚାରିଆଡୁ କୋଣଠେସା କରିଦେବା ପରେ ଏହା ସ୍ପଷ୍ଟ ହୋଇଛି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କେହି ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ।
Popular Categories



