www.samajalive.in
Saturday, December 6, 2025
19.1 C
Bhubaneswar

ଚୀନରୁ ଆସୁଥିବା ବିଦେଶୀଙ୍କୁ ଭାରତ ମନା, ଆଦେଶ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା ‘କରୋନା’ ଭୂତାଣୁ ଏ​‌ବେ ୩୦ ଦେଶରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ଜରିଆରେ ଏହା ଗୋଟିଏରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଚୀନରେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୮୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଚୀନରୁ କେରଳ ଫେରିଥିବା ୩ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ରୋକିବା ଲାଗି ଚୀନରୁ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏକ ଆଦେଶ ଜାରି ହୋଇଛି। ଚୀନରୁ ଆସୁଥିବା ବିଦେଶୀଙ୍କୁ ଭାରତରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଡିଜିସିଏ ଆଦେଶରେ କହିଛି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନେ ୨୦୨୦ ଜାନୁୟାରୀ ୧୫ ଏବଂ ଏହାର ପରେ ଚୀନ ଯାଇଛନ୍ତି, ସେମାନେ ଭାରତ ଆସିବାକୁ ଚାହୁଁଥିଲେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଭାରତ-ନେପାଳ, ଭାରତ-ଭୂଟାନ, ଭାରତ-ବାଂଲାଦେଶ ଏବଂ ଭାରତ-ମ୍ୟାନ୍‌ମାର ସହିତ କୌଣସି ବିମାନ, ସ୍ଥଳଭାଗ କିମ୍ବା ବନ୍ଦରରେ ଏହି ବିଦେଶମାନଙ୍କୁ ଭାରତୀୟ ସୀମାରେ ପ୍ରବେଶ ଅନୁମତି ମିଳିବ ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories