www.samajalive.in
Saturday, December 6, 2025
23.1 C
Bhubaneswar

ପୌଷ ପୂର୍ଣ୍ଣିମା : କୁମ୍ଭମେଳାରେ ବୁଡ଼ ପକାଇଲେ ୬୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭମେଳାରେ ସୋମବାର ପୌଷ ପୂର୍ଣ୍ଣିମା ଉପଲକ୍ଷେ ଦ୍ୱିତୀୟ ପବିତ୍ର ସ୍ନାନରେ ୬୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ପବିତ୍ର ସ୍ନାନ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଙ୍ଗମସ୍ଥଳରେ ୮ କିଲୋମିଟର ବ୍ୟାପୀ ସ୍ବତନ୍ତ୍ର ଘାଟ ସ୍ଥାପନ କରାଯାଇଛି ଏବଂ ଗଙ୍ଗାନଦୀରେ ୩୫ଟି ସ୍ନାନସ୍ଥଳୀର ବ୍ୟବସ୍ଥା କରାଯାଇଛି। ମାସେ ବ୍ୟାପି କଳ୍ପବାସ ସମୟରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ସଙ୍ଗମ ନିକଟରେ ଛୋଟ ଛୋଟ ତମ୍ବୁରେ ରହି ଦିନକୁ ତିନି ଥର ବୁଡ଼ ପକାଇଉଛନ୍ତି ଓ ଥରେ ମାତ୍ର ଖାଇଉଛନ୍ତି। ଏଥିପାଇଁ ୬ଟି ମୁଖ୍ୟ ସ୍ନାନ ତାରିଖ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରେ ତିନୋଟି ପବିତ୍ର ସ୍ନାନ ସାମିଲ ଅଛି।
ମକର ସଂକ୍ରାନ୍ତି ଦିନ ଆଖଡ଼ାଗୁଡ଼ିକ ଦ୍ୱାରା ପ୍ରଥମ ପବିତ୍ର ସ୍ନାନରେ ଦୁଇ କୋଟି ୨୫ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ୪୯ଦିନ ଧରି ଚାଲିଥିବାକୁ କୁମ୍ଭମେଳା ଗତ ସପ୍ତାହ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏବଂ ଆଗାମୀ ମାର୍ଚ୍ଚ ମାସ ୪ତାରିଖରେ ଶେଷ ହେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories