www.samajalive.in
Sunday, December 14, 2025
26.1 C
Bhubaneswar

ଆରପାରିରେ ମହାନ୍ ସ୍ୱାଧିନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

ରେଙ୍ଗଲି : ମାହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ମାତ୍ର ୧୬ ବର୍ଷ ବୟସରେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ କାରବରଣ କରିଥିବା ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଳକ୍ ର ମୁରା ନିକଟସ୍ଥ କଳମୀ ଗ୍ରାମ ଦେବାନନ୍ଦ ଗୁପ୍ତାଙ୍କ ଆଜି ବୁର୍ଲା ଡକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଆଜି ସକାଳୁ ଶ୍ରୀ ଗୁପ୍ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତର କରଯାଇଥିଲା। ସେଠାରେ ଶ୍ରୀଗୁପ୍ତା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଦେବାନନ୍ଦ ଗୁପ୍ତା ୧୯ ୨୬ ମସିହା ଜାନୁଆରୀ ୧ତାରିଖ ଦିନ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ତିଳିଆ ନିକଟସ୍ଥ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଶ୍ରୀ ଗୁପ୍ତା ସପରିବାର ମାନେଶ୍ୱର ବ୍ଳକ୍ ର ମୁରା ନିକଟସ୍ଥ କଳମୀ ଗ୍ରାମରେ ପୁର୍ନବସତି ସ୍ଥାପନ କରିଥିଲେ। ଶ୍ରୀ ଗୁପ୍ତା ମାତ୍ର ୧୬ ବର୍ଷ ବୟସ ରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନ କ୍ରମେ ୧୯୪୨ ଭାରତଛାଡ ଆନ୍ଦୋଳନରେ ଝାସ ଦେଇ ସାଥୀ ମାନଙ୍କ ସହିତ ଇଂରେଜ ସରକାରଙ୍କ ଦ୍ୱାରା ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବା ସହିତ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ। ସ୍ୱାଧିନତା ଆନ୍ଦୋଳନରେ ସଂପୃକ୍ତି ଯୋଗୁଁ ଏହା ପରେ ୧୯୪୫  ଏବଂ ୧୯ ୪୬ ମସିହାରେ ଶ୍ରୀ ଗୁପ୍ତାଙ୍କ ପୁଣି ଜେଲ୍ ଯିବାକୁ ପଡିଥିଲା। ଶ୍ରୀ ଗୁପ୍ତା ୨୦୧୮ ମସିହାରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ନୁଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ପୁଣି ଦ୍ୱିତୀୟ ଥର ପାଇଁ ୨୦୨୦ ମସିହା ରେ ମଧ୍ୟ ଅଗଷ୍ଟକ୍ରାନ୍ତି ଦିବସ ରେ ଶ୍ରୀ ଗୁପ୍ତା ଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଥିଲା।

ସ୍ୱାଧିନତା ପ୍ରାପ୍ତି ପରେ ଶ୍ରୀ ଗୁପ୍ତା ନିଶାନିବାରଣ, ନାରୀ ସଶକ୍ତି କରଣ, ଶିକ୍ଷା ର ବିକାଶ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ନୁଆତିହୁରା ପଞ୍ଚାୟତର ପ୍ରଥମ ସରପଞ୍ଚ ରୂପେ ନିର୍ବାଚିତ ହୋଇ ବହୁ ଉନ୍ତି ମୂଳକ କାମ କରିଥିଲେ। ମୁରା ଗ୍ରାମ ରେ ହାଇସ୍କୁଲ ପ୍ରତିଷ୍ଠାରେ ତାଙ୍କର ମୁଖ୍ୟ ଭୁମିକା ଥିଲା। ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବୁର୍ଲା ଡାକ୍ତରଖାନାରୁ ତାଙ୍କ ମରଶରୀର ନିଜ ଗ୍ରାମ କଳମୀକୁ ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories