www.samajalive.in
Saturday, December 6, 2025
23.1 C
Bhubaneswar

ଚିନି ବଦଳରେ ୟୁରିଆ ସାର ଖାଇ ୪ ଗୁରୁତର 

ଦେବଗଡ଼ :ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ।
ସୂଚନା ଅନୁଯାୟୀ ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଉକ୍ତ ଗ୍ରାମରେ ରହୁଥିବା ଝିଅ କୁନ୍ତଳା , ତୋପଇ ଏବଂ ଅନୁଗୁଳ ଜିଲାର ପୁଡାଗଡ ଗ୍ରାମରେ ରହୁଥିବା ଝିଅ କୈକେୟୀ ଆସିଥିଲେ। ଆଜି ପହ୍ଲାରୁଆ ଏବଂ ଧାନ ରୁଆ କାର୍ଯ୍ୟକ୍ରମ ରହିଥିବାରୁ ତିନିଝିଅ କୁନ୍ତଳା, ତୋପଇ ଓ କୈକେୟୀ ମାଁ ଜମୁନା(୬୦)ଙ୍କ ଜିମାରେ ଛୁଆ ମାନଙ୍କୁ ଛାଡିଦେଇ ପହ୍ଲା ମାରିବା ପାଇଁ ବାପାଙ୍କ ସହ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ କୁନ୍ତଳାଙ୍କ ପୁଅ ପିଙ୍କୁ ବେହେରା(୫ ବର୍ଷ),କୈକେୟୀଙ୍କ ଝିଅ ସୁଷମା ଗୋଚ୍ଛାୟତ(୧୫ ମାସ)ଓ ତୋପଇଙ୍କ ଝିଅ ଅରୁଣି ବେହେରା(୧୩ ମାସ) ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ପକାଇ ଖାଇ ଦେଇଥିଲେ। ତେବେ ଏହି ଚୁଡା ପିତା ଲାଗିବାରୁ ପିଙ୍କୁ ଏକଥା ତା’ର ଆଇ ଜମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲା। ଫଳରେ ଆଇ ଜମୁନା ପିଙ୍କୁ ଖାଉଥିବା ଉକ୍ତ ଚୁଡାକୁ ପରୀକ୍ଷା ମୂଳକ ଭାବେ ଖାଇ ବାନ୍ତି କରିଥିଲେ। ଏହାପରେ ଅନ୍ୟ ୨ ଶିଶୁ କନ୍ୟା ମଧ୍ୟ ବାନ୍ତି କରିଥିଲେ।
ଏହି ସମୟରେ କୁନ୍ତଳା, ତୋପଇ ଓ କୈକେୟୀ ଖାଇବା ପାଇଁ ଘରକୁ ଫେରିବାରୁ ଛୁଅମାନେ ଚିନି ଭାବି ୟୁରିଆ ସାର ଖାଇଦେଇଥିବା ଜାଣିବାକୁ ପାଇଥିଲେ। ଫଳରେ ଆଇ ଜମୁନା ଏବଂ ତିନି ନାତିନାତୁଣୀଙ୍କୁ ଚିକିତ୍ସା ନିମନ୍ତେ ବମ୍ପରଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଅ।ଯାଇଥିଲା। ମାତ୍ର ଅବସ୍ଥା  ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ଓ ସେମାନେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories