www.samajalive.in
Sunday, December 7, 2025
26.1 C
Bhubaneswar

ଛତିଶଗଡରୁ ଅପହୃତ ବ୍ୟବସାୟୀ ଦେବଗଡରୁ ଉଦ୍ଧାର

ଦେବଗଡ଼ :ଛତିଶଗଡରୁ ଅପହୃତ ହେଉଥିବା ବେଳେ ଜଣେ ବ୍ୟବସାୟୀ କୌଶଳ କ୍ରମେ ଖସି ଆସି ଦେବଗଡ ଥାନା ପୁଲିସ ଦ୍ୱାର ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡ ପିଠୋରାର ଶୁଭମ ଅଗ୍ରୱାଲା ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ନିଜର ଏକ ଟ୍ରକ ବିକ୍ରୀ ନିମନ୍ତେ ଚାହୁଁଥିବା ଜାଣି କେତେକ ଅଜଣା ବ୍ୟକ୍ତି ଗତକାଲି ସଂଧ୍ୟାରେ ତାଙ୍କ ନିକଟକୁ ଆସି ବିକ୍ରୀ ପାଇଁ ଉଦ୍ଦିଷ୍ଟ ଟ୍ରକ କିଣିବା ପାଇଁ ୨୦ ଲକ୍ଷ ଟଙ୍କାରେ ମୂଲଚାଲ କରିଥିଲେ। ଜବାବ ଅନୁଯାୟୀ ଶୁଭମ ସତ୍ୟପାଠ ପାଇଁ ଉକ୍ତ ଅଜଣା ବ୍ୟକ୍ତିଙ୍କ ସହ ନୋଟାରୀଙ୍କ ନିକଟକୁ ଯାଉଥିବା ବେଳେ ଉକ୍ତ ଅଜଣା ବ୍ୟକ୍ତି ମାନେ ତାଙ୍କ ମୁହଁରେ କୌଣସି ବିଷାକ୍ତ ତରଳ ପଦାର୍ଥ ଛିଂଚିବା ସହ ଅଚେତ କରି କାର ଯୋଗେ ଅପହରଣ କରିନେଇଥିଲେ।
ପରିବାର ଲୋକେ ଏନେଇ ସ୍ଥାନୀୟ ପୁଲିସକୁ ସୂଚନା ଦେବା ସହ ସହାୟତା ଲୋଡିଥିଲେ। ସୂଚନା ପାଇ ପୁଲିସ ସମ୍ବଲପୁର, ଜମନକିରା ଓ ଦେବଗଡ ଥାନା ପୁଲିସ ସମେତ ବିଭିନ୍ନ ଥାନା ପୁଲିସକୁ ସୂୂଚନା ଦେଇଥିଲା। ଏହି ସୂଚନା ଅନୁଯାୟୀ ଦେବଗଡ ଥାନା ପୁଲିସ ୪୯ ନମ୍ବର ଜାତୀୟ ରାଜପଥରେ ରାତ୍ରୀ ପ।ଟ୍ରୋଲିଂକୁ ଅଧିକ କଡାକଡି କରିଥିଲା। ଅନ୍ୟ ପକ୍ଷରେ ବଡରମା ଠାରେ ରାସ୍ତା କଡରେ ନିଜର ଏକ ଟ୍ରକ ଠିଆ ହୋଇଥିବା ଦେଖି ଶୁଭମ ପରିଶ୍ରା କରିବା ବାହାନାରେ କାରକୁ ଅଟକାଇବା ପାଇଁ ଅପହରଣକାରୀ ମାନଙ୍କୁ କାକୁତି ମିନତୀ ହେବାରୁ ସେମାନେ କାରକୁ ସେଠାରେ ଅଟକାଇଥିଲେ। ଏହି ସୁ୍ଯୋଗରେ ଶୁଭମ କୌଶଳ କ୍ରମେ ସେଠାରୁ ନିଜର ଟ୍ରକ ପାଖକୁ ଧାଇଁ ନିଜର ଜୀବନ ବଂଚାଇବା ସହ ଦୃତଗତିରେ ଟ୍ରକ ଚଳାଇବାକୁ ଚାଳକକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଚାଳକ ଦୃତଗତିରେ ଟ୍ରକ ଚଳାଇ ଦେବଗଡ ଅଭିମ଼ୁଖେ ଆସିଥିଲେ। ଟ୍ରକଟି ସ୍ଥାନୀୟ ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ଛକରେ ପହଂଚିବାପରେ ଶୁଭମ ସେଠାରେ ପ।ଟ୍ରୋଲିଂ ରତ ଦେବଗଡ ଥାନା ପୁଲିସକୁ ଦେଖି ଏସବୁ କଥା କହିଥିଲେ। ପୁଲିସ ତାଙ୍କୁ ଓ ଟ୍ରକଟିକୁ ଦେବଗଡ ଥାନାକୁ ଆଣିବାସହ ଅଧିକ ଯାଂଚ ଚଳାଇଛି। ଆଜି ସକାଳେ ତାଙ୍କର ପରିବାର ଲୋକେ ଏଠାରେ ପହଂଚିବାପରେ ଶୁଭମଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories