www.samajalive.in
Saturday, December 6, 2025
19.1 C
Bhubaneswar

ଜଳ ଘେରରେ ବାରକୋଟ ଥାନା

ଦେବଗଡ: ସାମୁଦ୍ରିକ ବାତ୍ୟା ‘ୟାଶ’ ପ୍ରଭାବରେ ଗତକାଲିଠାରୁ ଦେବଗଡ ଜିଲାର ବିଭନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗିରହିଥିବାରୁ ଜିଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ତେବେ ଦେବଗଡ ପୌରାଂଚଳ ଓ ଅନ୍ୟ ୨ଟି ବ୍ଲକ ତୁଳନାରେ ବାରକୋଟ ବ୍ଲକରେ ଅଧିକ ବର୍ଷା ଓ ପବନ ହୋଇଥିବାରୁ ଉକ୍ତ ବ୍ଲକରେ ‘ୟାଶ’ ପ୍ରଭାବରେ ଅପେକ୍ଷାକୃତ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗୁରୁତ୍ୱପୂର୍ଣ ବିଷୟ ଏହା ଯେ, ଏନ୍‍ଏଚ୍‍ଏଆଇ ପକ୍ଷରୁ ନିର୍ମାଣକାରୀ ସଂସ୍ଥା ଜରିଆରେ ଚାଲିଥିବା ମୁମ୍ବାଇ-କୋଲକାତା ସଂଯୋଗକରି ୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବର୍ତମାନ ସମ୍ପୂର୍ଣ୍ଣ ହେବାକୁ ବସିଥିଲେ ହେଁ ଅବହେଳା ଏବଂ ତୃଟିପୂର୍ଣ୍ଣ ନିର୍ମାଣକାର୍ଯ୍ୟ ଯୋଗୁଁ ଯାତାୟାତରେ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି।

ଏହି କ୍ରମରେ ବାରକୋଟ ଠାରେ ନିର୍ମୀତ ଫ୍ଲାଇଓଭର କଡରେ ଜଳ ନିଷ୍କାଶନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିବାରୁ ଉକ୍ତ ଫ୍ଲାଇଓଭରର ଠିକ କଡରେ ରହିଥିବା ବାରକୋଟ ଥାନାର ଚତୁଃର୍ଦ୍ଦିଗରେ ଆଂଠୁଏ ଉଚ୍ଚର ପାଣି ଜମି ରହିବାସହ ଥାନାଟି ଜଳ ଘେରରେ ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories