www.samajalive.in
Monday, December 8, 2025
14.1 C
Bhubaneswar

ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳିକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷା,ଜିଲ୍ଲା ପରିଷଦ ସଦସ୍ୟା ଓ ସରପଂଚ

ଦେବଗଡ : ଏକାଧିକ ଦୁର୍ନୀତି ଓ ଆର୍ଥୀକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ଜଣେ ବିବାଦୀୟ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପିଲିପାଲି ଗ୍ରାମ ପଂଚାୟତର ଅତିରିକ୍ତ ଦାୟିତ୍ୱ ପ୍ରଦାନ ପାଇଁ ସରକାରୀ ସ୍ତରରେ ମସୁଧା ଚାଲିଥିବା ଜଣାପଡିବାପରେ ସମ୍ପୃକ୍ତ ପଂଚାୟତର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏପରିକି ଏକଥା ଜଣାପଡିବା ପରେ ଆଜି ଛେପିଲିପାଲି ଗ୍ରାମ ପଂଚାୟତର ସରପଞ୍ଚ ମନି ବୁଡ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସମ୍ପୃକ୍ତ ଦୁର୍ନୀତିଖୋର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଛେପିଲିପାଲି ଗ୍ରାମ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ପ୍ରଦାନ ନକରିବା ଏବଂ ଉକ୍ତ ପଂଚାୟତରେ ଅବସ୍ଥାପିତ ଥିବା (ଅତିରିକ୍ତ ଦାୟିତ୍ୱରେ ଥିବା)ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ସେଠାର ସ୍ଥାୟୀ ନିଯୁକ୍ତି ଦେବାପାଇଁ ଦାବୀ କରିଛନ୍ତି। ଆଜି ପୂର୍ବାହ୍ନରେ ଛେପିଲିପାଲି ପଂଚାୟତର ସରପଂଚ ଶ୍ରୀମତି ବୁଡ ତିଲେଇବଣି ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ ଓ ଜିଲ୍ଲା ପରିଷଦ ସଦସ୍ୟା ବୃନ୍ଦାବତୀ ଭୋଇଙ୍କ ସହ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏମର୍ମରେ ଏକ ଦାବୀପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରରରେ ସରପଂଚ ଶ୍ରୀମତି ବୁଡ ଉଲ୍ଲେଖ କରିଛନ୍ତି ଯେ, ଛେପିଲିପାଲି ପଂଚାୟତ ନିର୍ବାହୀ ଅଧିକାରୀ ପରେମେଶ୍ୱର ନାୟକଙ୍କ ଅକାଳ ବିୟୋଗ ପରେ ଗତ ଜୁନ ୨୫ ତାରିଖ ଦିନ ନିକଟସ୍ଥ ବଡଛାପଲ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କୁ ଛେପିଲିପାଲି ପଂଚାୟତର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଶ୍ରୀ ବେହେରା ଜଣେ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ସୂଚାରୁ ରୂପେ ନିଜର ଦାଇତ୍ୱ ତୁଲାଇବା ସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ଅନ୍ୟପକ୍ଷରେ ଲଇମୁରା ପଂଚାୟତର ନିର୍ବାହୀ ଅଧିକାରୀ ଯୁଗଳ କିଶୋର ସାହୁ ନିଜର ଦୁର୍ନୀତିଖୋର ଓ ଅନୈତିକ କାର୍ଯ୍ୟ ପାଇଁ ସମ୍ପୃକ୍ତ ଅଂଚଳବାସୀଙ୍କ ଆକ୍ରୋଶର ଶିକାର ହେବାପରେ ସେଠାରୁ ଖସିଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଓ ଛେପିଲିପାଲି ପଂଚାୟତରେ ଅତିରିକ୍ତ ଦାଇତ୍ୱରେ ଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ସେଠାରୁ ଅପସାରଣ କରାଇ ସେହି ସ୍ଥାନରେ ନିଜେ ଅବସ୍ଥାପିତ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଛେପିଲିପାଲିରେ ଅସ୍ଥାୟୀ ଭାବେ (ଅତିରିକ୍ତ ଦାୟିତ୍ୱରେ)କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଛେପିଲିପାଲି ପଂଚାୟତରୁ ଅପସାରଣ କଲେ ଉକ୍ତ ପଂଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ଶ୍ରୀ ବେହେରାଙ୍କୁ ସେଠାରୁ ଅପସାରଣ ନକରିବାକୁ ଉପରୋକ୍ତ ଜନପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିବା ସହ ତାଙ୍କୁ(ଶ୍ରୀ ବେହେରାଙ୍କୁ) ଛେପିଲିପାଲି ପଂଚାୟତରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବୀ କରିଛନ୍ତି। ଅନ୍ୟପକ୍ଷରେ ଛେପିଲିପାଲି ପଂଚାୟତକୁ ଆସିବାକୁ ବ୍ୟାକୁଳ ଥିବା ଲଇମୁରା ପଂଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବିଭିନ୍ନ ଦୁର୍ନୀତି ଓ ଆର୍ଥିକ ଅନିୟମିତା ମାମଲାରେ ଛନ୍ଦିହୋଇ ଦୀର୍ଘବର୍ଷ ହେଲା ଦରମାରୁ ବଂଚିତ ରହି ମଧ୍ୟ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ହାତ କରି ଛେପିଲିପାଲି ପଂଚାୟତରେ ନିଯୁକ୍ତି ପାଇଁ ଉଦ୍ୟମ କରୁଥିବା ସୂଚନା ପାଇ ଛେପିଲିପାଲି ପଂଚାୟତର ୱାର୍ଡ ସଦସ୍ୟ ସଦସ୍ୟା ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦେହୁରୀ , ସରପଂଚ ଶ୍ରୀମତି ବୁଡ ଓ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଭୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories