www.samajalive.in
Tuesday, December 9, 2025
23.1 C
Bhubaneswar

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କଲେ ପୁରୁଷ ସରପଞ୍ଚ; ଥାନାରେ ମାମଲା

ଦେଓଗାଁ: ଜଣେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ହୋଟେଲକୁ ଖାଇବାକୁ ଯାଇଥିବା ବେଳେ ଜଣେ ପୁରୁଷ ସରପଞ୍ଚ ତାଙ୍କୁ ଓ ତାଙ୍କ ସ୍ବାମୀକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅନୁସୂଚିତ ଜାତି ମହିଳା ସରପଞ୍ଚ ଜଣଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିବା ସହ ସରପଞ୍ଚଙ୍କ ସ୍ୱାମୀଙ୍କୁ ଜାତିଆଣା ଆକ୍ଷେପ କରିଥିଲେ। ଏହାପରେ ଗଣ୍ଡଗୋଳ କରିଥିଲେ। ଏନେଇ ସରପଞ୍ଚଙ୍କ ବିରୁଦ୍ଧରେ ମହିଳା ସରପଞ୍ଚ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ପ୍ରାୟ ୨.୩୦ ସମୟରେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀ ଦେଓଗାଁର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଏହି ସମୟରେ ହୋଟେଲ ଭିତରକୁ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ପହଞ୍ଚି ଖାଇବାକୁ ବସିଥିବା ସରପଞ୍ଚଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲେ। ଏଥିସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଜାତିଆଣା ଆକ୍ଷେପ କରିଥିଲେ। ଏନେଇ ମହିଳା ସରପଞ୍ଚ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି କେସ୍ ନମ୍ବର -୧୩୩ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories