www.samajalive.in
Saturday, December 6, 2025
16.1 C
Bhubaneswar

ଦେଓଗାଁ ; ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଦେଓଗାଁ: ବଲାଙ୍ଗୀର ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀ ଗୁଡିକ ଫୁଲିବାରେ ଲାଗିଛି। ଗୁଡ଼ଭେଳା ବ୍ଳକର ଖଡଙ୍ଗ,ରାହୁଲ ନଦୀରେ ଖିପ୍ର ଗତିରେ ପାଣି ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ଅଧିକ ବର୍ଷା ହେବା ଯୋଗୁଁ ୨ ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି। ତେବେ ପ୍ରଶାସନ ତତ୍ପରତାର ସହ ନଦୀ କୂଳରେ ଥିବା ଗାଁ ଗୁଡିକ ଉପରେ ନଜର ରଖିଛି। ଏହି ବର୍ଷା ଯୋଗୁଁ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ ଘର ଭାଙ୍ଗିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। କୁତୁର୍ଲା ପଞ୍ଚାୟତର ସାରବାହଲ ଗାଁର ଜିତେଶ ରଣା, ନନ୍ଦ ମହାକୁରଙ୍କ ଘର ମଙ୍ଗଳବାର ଦିନ ହୋଇଥିବା ବର୍ଷା ଯୋଗୁଁ ଭାଙ୍ଗିଯିବାରୁ ପର ଘରେ ଆଶ୍ରୟ ନେଇଥିବା ଜଣାପଡିଛି। ସେହିପରି ଗାଇବାହଲ ପଞ୍ଚାୟତର ଘୁଚି ପାଲି ଗାଁର ବିକଳ ମାଝୀ, ସୁରେନ୍ଦ୍ର ମାଝୀ, ସୁକାନ୍ତି ମାଝୀଙ୍କ ଘର ଭାଙ୍ଗିଯାଇଛି। ରାମଚନ୍ଦ୍ର ପୁର,ଡୁମେର ପିଟା ପଞ୍ଚାୟତର ବିଭିନ୍ନ ଗାଁର ୯ଜଣ ଲୋକଙ୍କ ଘର ବର୍ଷାରେ ଭାଙ୍ଗିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଦେଓଗାଁ ବ୍ଳକ କଂଗ୍ରେସ କମିଟି ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ହେଲ୍ପ ଡେ଼କ୍ସ କରିଛନ୍ତି। ଏଣୁ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories