www.samajalive.in
Friday, December 5, 2025
23.1 C
Bhubaneswar

୩ ମାସ ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ

କଟକ: କଟକ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ । ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରି ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦରମା ବନ୍ଦ କରିଛନ୍ତି। ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ସଠିକ ଢଙ୍ଗରେ ମନରେଗା କାମ ହୋଇନି । ତେଣୁ ଏହି ସମସ୍ତ ବ୍ଲକ ବିଡ଼ିଓଙ୍କୁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସେହିପରି ସାଲେପୁର ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛନ୍ତି ବିଡ଼ିଓ । ଲକ୍ଷ୍ୟ ପୂରଣ ନ କରିବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଦରମା ବନ୍ଦ ହେବ । ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟର ଅବହେଳା ହୋଇଥିବା ଜଣାପଡିବା ପରେ ସାଲେପୁର ବିଡିଓ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories